ଋଷିଛି ମାନିନୀ
ଋଷିଛି ମାନିନୀ
ମାନିନୀ ରାଧା ମୋ ରୁଷି ବସିଅଛି
କେମିତି ଜାଣିଵି ପ୍ରକୃତ କଥା
ଯାହାକୁ ଦେଖୁଛି ରାଗରେ କମ୍ପୁଛି
କିଏ ଜାଣିବ ଏ ମରମ ଵ୍ୟଥା।
କଥା ଦେଇ ସିଏ କଥା ରଖିଲେ ନି
ଦଗାଦିଆ ସିଏ କପଟ କଲା
ଭାରି ରସିକିଆ ନଟ ନାଗର ସେ
କେଉଁ ଗୋପ ବାଳା ବଶ କରିଲା ।
ଏତେ ଗୋପାଙ୍ଗନା ଗୋପପୁରେ ଥାଇ
ରାଧା କିବା ତତେ ଗୁଣି କରିଲା
କି ମନ୍ତର ସିଏ ଜାଣିଛି ଲୋ ସଖି
ପଣନ୍ତରେ ତତେ ବାନ୍ଧି ରଖିଲା।
ଭାରି ଜଣେ ସିଏ ମନ୍ତର ଜାଣିଛି
ଯିଏ ଦେଖେ ତା'ର ମନ କିଣିଲା
କାଖେ କୁମ୍ଭ ଧରି ଲେଉଟି ଆସନ୍ତେ
ମାଠିଆକୁ ମୋର କଣା କରିଲା।।
ଜମୁନାକୁ ଆମେ ସ୍ନାହାନ କୁ ଗଲୁ
ଗଲାବେଳେ ଆମ ବାଟ ଜଗିଲା
ବସ୍ତ୍ର ଚୋର ସିଏ ଯଶୋଦା ନନ୍ଦନ
ବୃକ୍ଷ ପରେ ଲୁଚି ଦେଖୁଣ ଥିଲା।
ମାଇଁ ଭଣଜା ର ଗୋପନ ପିରତୀ
ଦାଣ୍ଡରେ ପଡିଣ ହାଟେ ଗଡିଲା
ରାଧା ଅଭିମାନୀ ମାନ ଭଞ୍ଜନ ରେ
କୃଷ୍ଣ ରାଧା ରସ ଗୀତେ ଭଣିଲା।
