ୠତୁରାଜ ବସନ୍ତ
ୠତୁରାଜ ବସନ୍ତ
ଆସିଲା ବସନ୍ତ ବଜାଇ ବାଜା
ୠତୁ ମାନଙ୍କର ମଧ୍ୟରେ ରାଜା
ଚାରିଦିଗ ଆଜି ଦିଶେ ସୁନ୍ଦର
ମଳୟ ପବନ। କି ମନୋହର
ଗୋଲାପ ମରୁଆ ମଲ୍ଲୀ ସେବତୀ
ଜୁଇ ଯାଇ ହେନା। କୁନ୍ଦ ସେବତୀ
ଆମ୍ବ ବଉଳାଇ ଫଗୁଣ ମାସେ
ଦିଗ ଚହଟେଇ ତାର ସୁବlସେ
ରଙ୍ଗ ବେରଙ୍ଗିଆ ପରଜାପତି
ମଧୁ ପାନ କରେ ହରଷେ ଅତି
ଫୁଲ ପରେ ବସି ଝୁଲୁଣ ଥାଏ
ଦେଖିବା ଲୋକର ମନକୁ ମୋହେ
ଫଗୁ ଖେଳି ସାରି ଦୋଳ ଗୋବିନ୍ଦ
ଦୋଳିରେ ଝୁଲନ୍ତି ରାଧା ମାଧବ
