STORYMIRROR

Himalini Hota

Inspirational

3  

Himalini Hota

Inspirational

ୠତୁରାଜ ବସନ୍ତ

ୠତୁରାଜ ବସନ୍ତ

1 min
235

ଆସିଲା ବସନ୍ତ  ବଜାଇ ବାଜା

ୠତୁ ମାନଙ୍କର  ମଧ୍ୟରେ ରାଜା


ଚାରିଦିଗ ଆଜି   ଦିଶେ ସୁନ୍ଦର

ମଳୟ ପବନ।   କି ମନୋହର


ଗୋଲାପ ମରୁଆ  ମଲ୍ଲୀ ସେବତୀ

ଜୁଇ ଯାଇ ହେନା।  କୁନ୍ଦ ସେବତୀ


ଆମ୍ବ ବଉଳାଇ   ଫଗୁଣ ମାସେ 

ଦିଗ ଚହଟେଇ    ତାର ସୁବlସେ


ରଙ୍ଗ ବେରଙ୍ଗିଆ  ପରଜାପତି 

ମଧୁ ପାନ କରେ   ହରଷେ ଅତି


ଫୁଲ ପରେ ବସି  ଝୁଲୁଣ ଥାଏ

ଦେଖିବା ଲୋକର  ମନକୁ ମୋହେ


ଫଗୁ ଖେଳି ସାରି  ଦୋଳ ଗୋବିନ୍ଦ

ଦୋଳିରେ ଝୁଲନ୍ତି  ରାଧା ମାଧବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational