STORYMIRROR

MADHU MITA

Inspirational

3  

MADHU MITA

Inspirational

ରୋଟି..ଭାଗ୍ୟ ବିଧାତା

ରୋଟି..ଭାଗ୍ୟ ବିଧାତା

1 min
255

ଦି ଦିନ ଓପାସରେ ପିଲାଙ୍କୁ ଦେଖି

ମା ମନ ଆଉ ସହି ପାରିଲାନି

ଅନେକ ଦିନରୁ ଆସୁଥିବା ଈଶାରା ଆଗରେ

ପାତି ଦେଇଥିଲା ତା ଛିଣ୍ଡା ପଣତ କାନି

ଦି ପଟ ରୋଟି..ଦାଗ ବଦଳେ ଭୋକ ନେଇଗଲା


ରୋଟି ଖୁଆଇବାକୁ କୁକୁର ପଛରେ ଦୋୖଡି ଯାଉଥିଲା

ଫାଟକ ସାମ୍ନାରେ ଥିବା ଭୋକିଲା ଶିଶୁ ଦେଖି

ଚାକର ବାଡ଼ି ଉଁଚେଇ ଗୋଡ଼େଇ ଆସିଲା

କୁକୁର ମୁହଁ ବୁଲେଇ ଫୁଲେଇ ହୋଇ ଚାଲୁଥିଲା

ଦି ପଟ ରୋଟି..ମଣିଷକୁ କୁକୁରଠୁ ସତେ

 ହୀନ କରି ଦେଲା


ନିର୍ବାଚନ ର ଫିକର ଫନ୍ଦି..କରିବା ଆଶା ନେଇ

ଗରିବ ଅଛବ କୁଡିଆରେ ବାବୁ ଖାଇ ବସିଲେ

ବାହାରେ ଜନସମୁଦ୍ର.. ଏ ଦୟା ଭାବ ଦେଖି

ଧନ୍ୟ କହି ଜୟକାର କରି ଯାଉଥିଲେ

ଦି ପଟ ରୋଟି..ରାତାରାତି ବାବୁଙ୍କୁ ପ୍ରସିଦ୍ଧି ଦେଇଗଲା


ଦିନ ସାରା କାମ କରି ଥକି ଯାଇ ମଧ୍ୟ

ଶାଶୁ ସ୍ବାମୀଙ୍କ ଆଗରେ ଅପରାଧିନି ସାଜିଲା

ରୋଟି ଟିକେ ପୋଡ଼ି ଯାଇ ଥିବାରୁ ହାୟେ

ସବୁ ସମ୍ପର୍କ ଛାଡପତ୍ରରେ ଶେଷ ହୋଇଗଲା

ଦି ପଟ ରୋଟି..ଜନ୍ମଜନ୍ମନ୍ତର ଡୋରିକୁ ଛିଣ୍ଡାଇ ପାରିଲା


ସୀମା ଏପାରିରେ ରହି ଭୋଜନ ସମୟେ

ଶତ୍ରୁକୁ ଭୋକିଲା ଦେଖି ଦୁଃଖ ଲାଗିଥିଲା

ନିଜ ଖାଦ୍ୟରୁ କିଛି ଭାଗ ଦେଇ

ସେନାଟି ମାନବିକତା ପ୍ରମାଣ କରିଲା

ଦି ପଟ ରୋଟି.. ମଣିଷ ପଣିଆର ଉଦାହରଣ ସାଜିଲା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational