STORYMIRROR

Laxman Kumar Behera

Romance

3  

Laxman Kumar Behera

Romance

ରୋମାଣ୍ଟିକ୍ ଭାବନା

ରୋମାଣ୍ଟିକ୍ ଭାବନା

1 min
243

ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)


ଉପହାର ରୂପେ ଯାହା ପଠାଇଲ

ଭୁଲି ପାରିବିନି ପ୍ରିୟ, 

ତୁମ ଚିତ୍ରଲେଖା ମନେ ଭରେ ପ୍ରେମ 

ଖୁସିରେ ଝରଇ ଲୁହ ।


କେମିତି ଅଛ ସୁଦୂରେ ?

ନିରବରେ ଆଜି 

ବିରହ ମନଟା 

ତୁମକୁ ନିଇତି ଝୁରେ ।


ଦୂର ମହାଦେଶ ଆମେରିକା ଆଜି 

ନିଜର ନିଜର ଲାଗେ, 

ତୁମ ପ୍ରତି କଥା ପ୍ରୀତି ଭରା ବୋଲି 

ଅନାଇଁ ଥାଏ ସରାଗେ ।


କେମିତି ଅଛ ସୁଦୂରେ ? 

ଦେଖା ହେବ କହି 

ଦେଖା ଦେଲ ନାହିଁ 

ଖୋଜେ, ତୁମେ ଗଲା ପରେ ପରେ ।



Rate this content
Log in

Similar oriya poem from Romance