STORYMIRROR

ସୁଭଦ୍ରା ସିଂହ

Tragedy

3  

ସୁଭଦ୍ରା ସିଂହ

Tragedy

ଋଣୀ

ଋଣୀ

1 min
194

ଭକ୍ତି ଓ ଭଲ ପାଇବା ପୂର୍ଣ୍ଣ ଚତୁଃପାର୍ଶ୍ଵ  

ବାତାବରଣରେ ସୁଗନ୍ଧିତ ପୁଷ୍ପର ସ୍ପର୍ଶ...

ଦେବତୁଲ୍ୟ ଜନ୍ମଦାତାଙ୍କର ଆଶ୍ରିତ  

ଗୋଲାପ କଢିଟିଏ ମୁଁ  

ତାଙ୍କ ସ୍ନେହପୂର୍ଣ୍ଣ ବଟିକାରେ ତ...

ମମତାମୟୀ ଜନ୍ମଦାତ୍ରୀଙ୍କ ସ୍ନେହରେ  

ଅଲିଅଳି କଇଁ ମୁଁ  

ବନ୍ଧନ ତା ହୃଦୟ ମୋହରେ...

ଯତ୍ନଶୀଳ ଭାତୃତ୍ଵର ମନ  

ଭାଇ ମୋର ସେ  

ସୁନାଲାଖି ଭଉଣୀ ମୁଁ ତାର ରୁପା ଜହ୍ନ...

ଅନୁଭୂତି ପୂର୍ଣ୍ଣ ବାତ୍ସଲ୍ୟମୟୀ ମୋ ନାନୀ  

ପ୍ରାଣକେନ୍ଦ୍ର ତାର  

ମୁଁ ତା ଜନ୍ମର  

ଏକମାତ୍ର ପ୍ରେମ କାହାଣୀ... 

ଗୃହ ନୁହେଁ ମୋର  

ଦେବାଳୟ ସେ ତ  

ମନ୍ଦିର ମୁଁ ଦେଖି ନାହିଁ...

ଧନ୍ୟବାଦ ପ୍ରଭୁ  

ସ୍ୱଳ୍ପ ମୋ ପାଖରେ  

କୃତଜ୍ଞ ଜ୍ଞାପନେ ବାଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy