STORYMIRROR

Satyanarayan Sahoo

Romance Action Classics

4  

Satyanarayan Sahoo

Romance Action Classics

ରଙ୍ଗର ପରବ ହୋଲି

ରଙ୍ଗର ପରବ ହୋଲି

1 min
310


ଫଳ ଫୁଲେ ଭରା ଏ ବସୁମତୀ

ସ୍ବର୍ଣ୍ଣିମ ସମୟ ଏଇ ଚାଲାଛି ।

ଆମ୍ବ ବଉଳ ଭୁରୁଭୁରୁ ଗନ୍ଧ

ସାଥେ ନାନା ଫୁଲ ଫଳ ସୁଗନ୍ଧ ।

ମଳୟ ପବନେ 

ଭାସି ବୁଲୁଅଛି ଯେ ନାନା ସ୍ଥାନେ ॥

ମଧୁ ବୋଳା ବେଳା କି ମଧୁମୟ

ଗନ୍ଧବହ ଗନ୍ଧ ମୂଦୁ ମଳୟ ।

ତାଳେ ତାଳେ ନାଚି ଗାଇ ଆମୋଦେ

ଜୀବଜନ୍ତୁ ପଶୁ ପକ୍ଷୀ ପତଙ୍ଗେ ।

ଉଲ୍ଲସିତ ଅତି

ଋତୁ ରାଜ ବସନ୍ତ ର ରାଜୁତି ॥

ରଙ୍ଗ ପରବରେ ପଲ୍ଲୀ ଠୁ ଦିଲ୍ଲୀ

ମୁଖରିତ ଏବେ ଉଲ୍ଲାସେ ମିଳି ।

ଫୁଲ ଫଳ ବନ କେଦାର ବିଲ

ସବୁଠି ରଙ୍ଗରେ ସୁ‐ଝଲମଲ ।

ବର୍ଣ୍ଣିଳ ବର୍ଣ୍ଣାଳୀ

ସୂଜୁଛି ବସନ୍ତ ତୂଳିକା ଚାଳି ॥

ଫଗୁ ଖେଳ ହୋଲି ରଙ୍ଗ ଉତ୍ସବ

ଦୋଳ ପୂର୍ଣ୍ଣମୀର ବର୍ଣ୍ଣ ‐ ବୈଭବ ।

ରାଗ ରୋଷ ଭୁଲି ଆହ୍ଲାଦ ଭରେ

ରଙ୍ଗ ଲେପି ଖେଳି ଆନ ଅଙ୍ଗରେ ।

ରଙ୍ଗର ପରବ

ଭୁଲି ଜାତି , ଧର୍ମ ,ବର୍ଣ୍ଣ, ଗରବ ॥

ପାଳନ୍ତି ସଭିଏଁ ଉଲ୍ଲାସ ଭରେ

ରଙ୍ଗ ପିଚକାରୀ ଅବିର କରେ ।

ଧରି ଏକ ମେଳେ ଖେଳରେ ମନ

ରଙ୍ଗ ଜରଜର ବେଶ ଭୂଷଣ ।

ବର୍ଣ୍ଣାଢ୍ଯ ଆଭାରେ 

ବିଭାଷଇ ଚାରୁ ଦୀପ୍ତି  ବିଭାରେ ॥



Rate this content
Log in

Similar oriya poem from Romance