Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Action Classics Inspirational

4  

Lokanath Rath

Action Classics Inspirational

ରଙ୍ଗର ଖେଳ

ରଙ୍ଗର ଖେଳ

1 min
311



ବିଧାତା ରଚିଛି ସୃଷ୍ଟିକୁ, ଭରିଛି ସେଥିରେ ଅନେକ ରଙ୍ଗ 

ସେହି ରଙ୍ଗ ସବୁ ପ୍ରତୀକ ଅଟଇ ଆମ ଜୀବନଯାତ୍ରାର, 

ଭୁଲିଗଲେ ମଧ୍ୟ ମଣିଷ, ସେହି ରଙ୍ଗ ତ ଭୁଲେନା 

ଲିଭିଗଲେ ରଙ୍ଗ ଅଦୃଶ୍ୟରେ ରହି ଦିଏ ତାର ହାତଠାର |


ଯୁଗ ପରେ ଯୁଗ କେତେ ବିତିଗଲା, ଯାଇନି ରଙ୍ଗ 

ସେଥିପାଇଁ ବରଷକେ ଥରେ ଆସି ଖେଳେ ଫଗୁ ପରବରେ, 

ଭିନ୍ନ ଭିନ୍ନ ସବୁ ଏକସଙ୍ଗେ କରନ୍ତି ରଙ୍ଗର ଖେଳ 

ବଡ଼ ଉତ୍ସାହରେ ଯୁବ ବର୍ଗ ହୃଦୟ ଜିତନ୍ତି ସୃଜନଶୀଳତାରେ| 


ସବୁ ରଙ୍ଗ ପରି ନିଆରା ଅଟଇ କମଳା ରଙ୍ଗ ପ୍ରତୀକ ଅଟଇ ସୃଜନଶୀଳତାର ଆଉ ଯୁବଗୋଷ୍ଠୀର ସହ ଉତ୍ସାହର, 

କେତେ କେତେ କୀର୍ତ୍ତିମାନ ସ୍ଥାପନା କରନ୍ତି ଏହି ଜଗତରେ 

ଏହି ରଙ୍ଗର ଖେଳ ସାକ୍ଷୀ ଏକ ଭିନ୍ନ ଆନନ୍ଦର |


ଭାବି ଥରେ ଦେଖ ବିଧାତାର ଏହି ସୁନ୍ଦର ରଚନାକୁ 

ରଙ୍ଗର ସାର୍ଥକତା ସ୍ଥାପିଛି ବି ବୃକ୍ଷ ଲତା ମଧ୍ୟରେ, 

ଏହି କମଳା ରଙ୍ଗ ଏକ ଫଲର, ରହିଥାଏ ସବୁଜତାରେ 

ନିଜର ଅସ୍ତିତ୍ୱ ବଜାଇ ରଖେ ମଧ୍ୟ ରଙ୍ଗର ଖେଳରେ |


ଦେଇ ଥାଏ ଶିକ୍ଷା, ଭରି ମନରେ ଅନେକ ଉତ୍ସାହ 

ସୃଜନଶୀଳତାକୁ ଦିଏ ଭିନ୍ନ ମାନ୍ୟତା ଏହି ଦୁନିଆ ଦୁଆରେ, 

ଯୁବ ପିଢ଼ିକୁ ସଦା ଜାଗ୍ରତ କରାଏ ବିକାଶମୁଖୀ ହେବାରେ 

ଏହି ରଙ୍ଗର ଖେଳ ଆଣେ ଭିନ୍ନ ମୋଡ଼ ଚେତନାରେ |


Rate this content
Log in

Similar oriya poem from Action