STORYMIRROR

Bijoy Jena

Action Inspirational

3  

Bijoy Jena

Action Inspirational

ସବୁ ମାୟାରେ ବାୟା

ସବୁ ମାୟାରେ ବାୟା

1 min
206


ଏଇଟି ଅଟଇ  ମୋର ବାସଗୃହ

    ଅଛନ୍ତି ମୋ ପରିବାର

ଆତ୍ମୀୟ ସ୍ୱଜନ  ରହିଛନ୍ତି ପାଖେ

   ଏସବୁ ମାୟା ବିଚାର।

ନିଜ କର୍ମ ଫଳ  ନିଜେହିଁ ଭୋଗିବ

  କେନୁହେଁ କାହାର ଦାୟ

ଅଜ୍ଞାନ ଅନ୍ଧାରେ  ବୁଡିଛି ମଣିଷ

  କେତେ ମାୟା ଭ୍ରାନ୍ତି ଭୟ।

ସଂସାର ମଞ୍ଚରେ  ଅଭିନୟ ପାଇଁ

     ଆସିଛୁ ଅଳପ ଦିନ

ନାଟ ସରିଗଲେ  ବାହୁଡ଼ି ଯିବା ତ

  କାହିଁକି ଏ ଅଭିମାନ,?।

ମିଛ ଦୁନିଆରେ  ଏକମାତ୍ର ସତ୍ୟ

    ଚିରନ୍ତନ ଜଗନ୍ନାଥ

ତଙ୍କୁହିଁ ଭଜିଲେ  ସତ କର୍ମେ ଥିଲେ

   ଆଲୋକିତ ହେବ ପଥ।

ସବୁକିଛି ଦିଶେ  ଅନିତ୍ୟ ଅସାର

    ସବୁତ ମାୟାରେ ବାୟା

ଅହଙ୍କାର ଯେତେ  ବରଜିଣ ଦେବା

    ପ୍ରଭୁ ଯେ ହୋଇବେ ସାସକାଳର ଜଣାଣ

ସବୁ ମାୟାରେ ବାୟା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action