STORYMIRROR

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ଭାଙ୍ଗେନl ସମ୍ପର୍କ ପ୍ରକୃତି ହାତେ

ଭାଙ୍ଗେନl ସମ୍ପର୍କ ପ୍ରକୃତି ହାତେ

1 min
169


ଧୂଷରରେ ଢାଙ୍କି ହୋଇ ଗଲାଣି 

ଦେଖ ଆକାଶ

ଚେତା ପଶୁ ଅନ୍ଧାର ମାଡିଲେ ହଜି

ଯିବ ମନ ହରଷ ।


କାହା ପାଇଁ ଅଟକି ଯାଏନି ଜାଣ 

ନିୟତିର ଖେଳ

ଲିଭିଯିବ ଠିଆ ହୋଇଥିବା ଅସ୍ତିତ୍ବ 

ଛାଇର ମେଳ ।


ଜୀବନ ଶୁଖିଲା ପତ୍ର ପରି ଭାସି

ଯାଏ ବଢିପାଣିରେ

ଜୀବନ ଟିକକ ତିଷ୍ଠିଛି କେତେ ତ 

ପୁଣ୍ୟ ବଳରେ ।


ଭାଙ୍ଗେ ନାହିଁ ସମ୍ପର୍କ କେବେ ବି 

ପ୍ରକୃତିର ହାତରେ

ସମ୍ପର୍କକୁ ଚୁରମାର୍ କରେ ମିଛ 

ଏବଂ ସ୍ୱାର୍ଥପରତାରେ ।


'ବସୁଧୈବ କୁଟୁମ୍ବ' ର ସ୍ତ୍ରୋତ୍ର 

ଆଜି ପଢ଼ିବା ଆସରେ 

'ସର୍ବେ ଭବନ୍ତୁ ସୁଖିନ' ର ବାଣୀ 

ରଖବା ଆମ ହୃଦୟରେ ।


ମହାକାଶ ଆମର ଛତ୍ର ହୋଇ

ଅଛି ଧର୍ମ ଧାରଣରେ 

ଅହଂଙ୍କାରଶୂନ୍ୟ ହୋଇଣ ବଞ୍ଚିବା 

ଅତୀବ ଆନନ୍ଦରେ ।

      

ଶିଷ୍ଟାଚାର ଶିଖି ସାଥିରେ ଚାଲୁ

ଥିବା ସ୍ୱାବଲମ୍ବୀ ହୋଇ 

ହସୁଥିବା ପ୍ରତିଦିନ, ଜୁଆଡ଼େ ଗଲେ

ବି ହାରି ଯିବା ନାହିଁ ।



Rate this content
Log in

Similar oriya poem from Abstract