STORYMIRROR

Debashis Pati

Action

3  

Debashis Pati

Action

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
222

ଶୂନ୍ୟ ବ୍ରହ୍ମରୁ ଦାରୁବ୍ରହ୍ମ ସେ ଯେ ଅଚିନ୍ତ୍ୟ ପୂର୍ଣ୍ଣବ୍ରହ୍ମ

ଆକାରରୁ ନିରାକାର ସେ ଯେ ଅନନ୍ତ ପରଂବ୍ରହ୍ମ 

ସେ ହିଁ ବିବର୍ତ୍ତନ ସେ ହିଁ ଆବର୍ତ୍ତନ ପରିକ୍ରମଣ

ସେ ଆତ୍ମଜ୍ଞାନ ସେ ହିଁ ଆତ୍ମମନ୍ଥନ ଆତ୍ମଚେତନ ।

ସକଳ ବ୍ରହ୍ମର ପରିଭାଷା ସେ ବ୍ରହ୍ମାଣ୍ଡର ଆଦ୍ୟ ବ୍ରହ୍ମ

ସକଳ ମର୍ମର ବ୍ରହ୍ମ ତତ୍ତ୍ୱ ସେ ବ୍ରହ୍ମଜ୍ଞ ସେ ବ୍ରହ୍ମ ଜ୍ଞାନ

ସବୁ ଧର୍ମରେ ସମାହିତ ସେ ସାମ୍ୟବାଦର ନାଦବ୍ରହ୍ମ

ସବୁ କର୍ମର ଭାଗ୍ୟ ବିଧାତା ସେ ବ୍ରହ୍ମମୟ ସନାତନ ।

ସେ ସୃଷ୍ଟି ସେ ସ୍ରଷ୍ଟା ସେ ହିଁ ଦିବ୍ୟ ଦୃଷ୍ଟି ଅନ୍ତର୍ଦୃଷ୍ଟି

ସେ ଉଦୟନ ସେ ଅସ୍ତାଚଳ ସେ ହିଁ ଅଖଣ୍ଡ ବ୍ୟାପ୍ତି

ସକଳ ସିଦ୍ଧିର ସେ ପଞ୍ଚତୀର୍ଥ ସେ ହିଁ ପୂର୍ଣ୍ଣତା ପ୍ରାପ୍ତି

ସକଳ ଆତ୍ମାର ପୂଣ୍ୟ ଶ୍ଳୋକ ସେ ଆତ୍ମବ୍ରହ୍ମ ମୁକ୍ତି ।

ଆକାଶ ସମ ଅସୀମ ସେ ସାଗର ସମ ଗଭୀର

ଗୋଲାପ ସମ କୋମଳ ସେ ପର୍ବତ ସମ ନିର୍ବିକାର 

ଅଂଶୁମାନ ସମ ଜ୍ୟୋତିର୍ମୟ ଚନ୍ଦ୍ରମା ସମ ଶୀତଳ

ପ୍ରଳୟ ସମ ବେଗମୟ ସେ ମଳୟ ସମ ଶିଥିଳ ।

ଭାଗବତର ଶବ୍ଦ ବ୍ରହ୍ମ ତୁମେ ଗୀତାର କର୍ମ ଜ୍ଞାନ

ସର୍ଵ ବ୍ରହ୍ମର ଉପକ୍ରମ ତୁମେ ଧର୍ମ ଧ୍ଵଜ ସଂସ୍ଥାପନ 

ବିବିଧତାରେ ଐକତାନ ସେ ବୈଷମ୍ୟରେ ସମତା

ପ୍ରେମର ଦିବ୍ୟ ସ୍ଵରୂପ ସତ୍ୟ ଶାନ୍ତିର କାରଣ କର୍ତ୍ତା....।


               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action