STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ପ୍ରେମ ଏକ ପୂଜା

ପ୍ରେମ ଏକ ପୂଜା

1 min
198

ଜୀବନ ପ୍ରବାହ ନଈର ସ୍ରୋତ ସମ

ତା' ଦୁଇ ଧାର ପ୍ରେମ ଆଉ ପୂଜା

ଏକ ବିନା ଅନ୍ୟଟି ହୁଏନା ସଂପୂର୍ଣ୍ଣ

ପ୍ରେମ ହିଁ ପୂଜା ଆଉ ପୂଜା ହିଁ ପ୍ରେମ

ନିରନ୍ତର ହୃଦୟରୁ ହୁଏ ପ୍ରବାହିତ 

ଭେଟିବାକୁ ସୃଷ୍ଟିର ସେ ପରମ

ପ୍ରେମ ଅଟେ ଉପାସନା ଆରାଧନା

ଅନାବିଳ ନିସ୍କାମ ଚେତନା

ତ୍ଯାଗ ସମର୍ପଣ ଭାବ ତାର ପୂଜା

ପବିତ୍ର କାୟ ମନ ବାକ୍ୟର ଚିନ୍ତନ

ଚିରନ୍ତନ ସତ୍ୟର ଉଡନ୍ତା ଧ୍ଵଜା

ସଂସାରରେ ଅତୁଟ ବନ୍ଧନରେ ବନ୍ଧା

ମହାରାଜାଠାରୁ ସାଧାରଣ ପ୍ରଜା

ପ୍ରେମ ହିଁ ଜୀବନର ସଂକଳ୍ପ

ପ୍ରେମ ହିଁ ଶାଶ୍ଵତ ଜଗତର ଏକ ବ୍ରତ

ସଂକୀର୍ଣ୍ଣତାର ଅମା ଅନ୍ଧକାର

ନାଶି ଦିଏ ପ୍ରକୃତ ପ୍ରେମର ଆଲୋକ

ପ୍ରେମ ଦିଏ ବ୍ୟାପକତାର ପରିଚୟ

ସୃଷ୍ଟିକୁ କରେ ନବରସେ ରସାଣିତ

ସାରା ସଂସାରକୁ କରେ ମଧୁମୟ

ପୂଜା ଶବ୍ଦର 'ପ' ରୁ ପ୍ରାଣ

ଦୀର୍ଷ 'ଊ'କାର ସଂଯୋଗ ହୋଇ

ବୁଝାଏ ପ୍ରାଣକୁ କରି ରଖିବା ଜାଗ୍ରତ

'ଜା'ରେ 'ଜ'ର ଅର୍ଥ ଅଟେ ଜାତ 

ଏକ ବାକ୍ୟରେ ପ୍ରକାଶେ ସେ ଭାବ

ଯା' ପ୍ରାଣକୁ ଦୀର୍ଘସ୍ଥାୟୀ ରଖେ ସ୍ଥିତ

ତାହା ହିଁ ପ୍ରେମର ସ୍ବରୂପ 

ଉପଚାର ତାର ଅଟଇ ପୂଜା

ସାତ୍ତ୍ଵିକ ଭାବନାରେ ରହି ଏକଧ୍ୟାନେ

ଅନନ୍ତ ଶକ୍ତିକୁ ଅନୁଭବ କରି

ଅନ୍ତରର ଭିତରେ ବାହାରେ

ସମନ୍ଵୟ ରଖିବା ହିଁ ଜୀବନର ଯାତ୍ରା

ପ୍ରେମ ବିନା ହୁଏନା ଆଦୌ ସମ୍ଭବ

ଏ ନିର୍ବିକାର ଭାବ ମନରୁ ହେଲେ ଦୂର

ଆସେ ସ୍ବାର୍ଥର ସଂକୀର୍ଣ୍ଣତା

ପ୍ରକୃତ ପ୍ରେମ ହୁଏ କଳୁଷିତ କଳଙ୍କିତ

ମାନବର ମାନସିକତା ହୁଏ ଅବକ୍ଷୟ

ଶାରୀରିକ ଭୋଗ ବିଳାସେ ରହେ ଲିପ୍ତ

ଜୀବନ ହେଲେ ବି ସମାପ୍ତ

ବୁଝେ ନାହିଁ କେବେ କା'ର ହୃଦୟ

ଭବ ସାଗରରେ ଭାସି ଭାସି ସେ

ପାଏ ଅଶେଷ ଦୁଃଖ ହୁଏ ଅସହାୟ 

ନିଶ୍ଚତେ ହେବାକୁ ଜଗତେ ଥୟ

ପ୍ରେମ ଏକ ପୂଜା ଭାବି କଲେ ସାଧନ

ଉଦୟ ହୁଏ ଜ୍ଞାନ ରହେ ସେ ଅଭୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action