STORYMIRROR

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ଜଗନ୍ନାଥ ରୁହ ସଂପର୍କରେ

ଜଗନ୍ନାଥ ରୁହ ସଂପର୍କରେ

1 min
192


ମୁଁ ଅନ୍ଧାରରେ

ତୁମ ଆଧାରରେ

ବାଡ଼ି ଧରିନାହିଁ ଜୀବନରେ

କେବେ ଥରେ

ଅଣଚାଷ ଆସିନାହିଁ

କେବେ ନିଶ୍ଵାସରେ

ଭରସା କରିନି କାହାକୁ ବାରେ

ଗୁହାରୀ ତୁମକୁ କରେ

ଚନ୍ଦନ ତିଳକ ନାଇନି ମଥାରେ

ବଡ଼ଦାଣ୍ଡ ଧୁଳି ମୋ ମୁଣ୍ଡରେ

ପତିତ ପାବନ ବାନା ମୁଁ

ଦେଖୁଛି ଭରସାରେ

ତୁମ ଦର୍ଶନେ ବିଭୋର

ଗାଏ ହରେ ମୁରାରି ହରେ

ଗୋବିନ୍ଦ ଗୋପାଳ ହେ ନୀଳମାଧବ

ଚାହଁ ବାରେ ମୋରେ

ପୁଣ୍ୟ ମୁଁ କରିନି ପାପ ମୁଁ

କରିଛି ଯେତେ ଜୀବନରେ

ଅଜାମିଳ ପରି ତରି ଯାଏ ହରି

ଅନ୍ଧର ଲଉଡ଼ି ହୁଅ ବାରେ

ଓଁ ମୁଁ ଲେଖୁଛି ଶ୍ରଦ୍ଧାରେ

ମନ ମୁନ ଚୈତନ୍ୟରେ

ପରଂବ୍ରହ୍ମ ମୁଁ ଜପୁଛି

ନିତ୍ୟ ସକାଳେ ସଞ୍ଜରେ

ଚକାଆଖୀରୁ ମୁଁ ଭରସା ପାଉଛି

ରଖ ବାରେ ମୋରେ

ସଂସାରେ ସଂସାରୀ ତୁମେ

ମୋ ନାଉରୀ ହରେ ହରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action