STORYMIRROR

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ପର୍ବ ହେରାପଞ୍ଚମୀ

ପର୍ବ ହେରାପଞ୍ଚମୀ

1 min
221


ଚିନ୍ତା, ଚେତନାରେ ପରିବାରକୁ 

ଭଲ ପାଇବା ଯଦି ଶିଖିବା 

ଦୁଃଖରେ ଯଦି ସୁଖରେ ବଂଚି, 

ହସି ଅନ୍ୟଙ୍କୁ ହସେଇବା ।୧।


ଏ ନୀତି ସଂସ୍କୃତି ପରା ହେଉଛି

ଜଗନ୍ନାଥ ଦର୍ଶନର

ସମ୍ପର୍କକୁ ଦୋହଲିବନି ହେଉ 

ବିଦ୍ବେଷ ମନକୁ ଦୃଢ଼ କର ।୨।


ଦେଢ଼ଶୁର ଗଲେ ନଣନ୍ଦ ଗଲେ 

କେମିତି ଭୁଲିଲ ମତେରେ

ମହାଲକ୍ଷ୍ମୀ ବୋଲନ୍ତି ଏହି କଥା 

ଶ୍ରୀଜଗନ୍ନାଥଙ୍କ କାନରେ ।୩।


ମୁଁ କଅଣ ନୁହେଁ ସମାସ୍କନ୍ଧ, ମତେ 

କୁହ କିଆଁ ନେଲ ନାହିଁ 

ତମ ମନେ ଯଦି ଏତେ କଥା ଥିଲା 

ବାହା ହେଉଥିଲ କାଇଁ ।୪।


ସଂସାର ନୀତି, ପାରିବାରିକ ବିଦ୍ବେଷ 

ରହେ ପତିପତ୍ନୀ ସମ୍ପର୍କରେ  

ପର୍ବ ହେରା ପଞ୍ଚମୀ, ତାର ପ୍ରତୀକ, 

ତୁଟେ ତ ମିଠା ବୁଝାମଣାରେ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action