STORYMIRROR

Satyanarayan Sahoo

Abstract Romance Action

3  

Satyanarayan Sahoo

Abstract Romance Action

ମିଳାଇ ଯାଇଥିବା ଝଡ

ମିଳାଇ ଯାଇଥିବା ଝଡ

1 min
183

ମନ ମୌସୁମୀ ଆଗମନରେ

ସୁଦୂର ପ୍ରଭାବୀ ଝଡ ବାତ୍ୟା ବଢ଼ି

ଥାଏ ଚିତ୍ତ ବୃତ୍ତି ଭାବରେ

ପ୍ରବଳୁ ପ୍ରବଳ ବରଷି ସେଠାରେ

ମନ ପ୍ରାଣ ଆକର୍ଷଣ

କରାଇ  ମନକୁ ମନ

ବିଚଳିତ କରେ ଝଡର ଭଉଁରୀ ଆସେ

ଯେବେ ଅଚାନକ

ମାତ୍ର ଚିତ୍ତ ବୃତ୍ତି ସମୂହ ବିଲୁପ୍ତ ହେବାର ପରେ 

ଝଡ ବାତ୍ୟା ପ୍ରଭାବିତ କାଳରେ  

ଅଦ୍ଭୁତ କାହାଣୀ ସହିତ ସ୍ମୃତି

ଚିତ୍ତେ ସଙ୍ଗୋପନେ ରହଇ ନିଶ୍ଚଳେ

ନୀରୋଧ କରିଲେ ମନ

ଚଳ ଚଞ୍ଚଳ ସେ କଳ୍ପନା ଗତି ପୁଣି ହୋଇଯାଏ ଶୂନ୍ୟ

ଅତି ଚେତନ ଅବସ୍ଥାରେ 

ଚିନ୍ତାର ପ୍ରବାହ ବନ୍ଦ ହୋଇଗଲେ 

ଝଡ ବାତ୍ୟା ବଢ଼ି ଲୋପ

ବନ୍ଦ ହୋଇ ଉଠେ , ଜୀବନେ ସ୍ବପ୍ନ ଅମାପ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract