STORYMIRROR

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ନୀଳାଦ୍ରି ବିଜେ

ନୀଳାଦ୍ରି ବିଜେ

1 min
180


ବିଶ୍ଵାବସୁଙ୍କର ଜୀବନ ସୂତ୍ର

ନୀଳମାଧବଙ୍କ ସଙ୍ଗେ ଅତ୍ୟନ୍ତ ଗୁପ୍ତ

ପ୍ରଭୁଙ୍କ ଶରଣେ ଆପଣା ପ୍ରାଣ ସୁପ୍ତ

ନୀଳମାଧବଙ୍କୁ ରଖିଟ ଏକାନ୍ତ ଗୁପ୍ତ

ପୂଜୁଥିଲେ ସିଏ ପରମ ଭକ୍ତ

ନିଜର ହେଉ ଅବା ପର କି ଜାଗୋତ୍ର 

ସଭିଙ୍କୁ ଲୁଚାଇ ପ୍ରଭୁଙ୍କୁ କରନ୍ତି ଆରତ

ନିର୍ମଳ ହୃଦୟ ତାଙ୍କ ଅଟେ ସାରସ୍ୱତ

ବିଦ୍ୟାପତିଙ୍କ ହୃଦୟ ଦେଖି ପବିତ୍ର

ନୀଳମାଧବ ତାଙ୍କ ଭକ୍ତିରେ 

ହେଲେ ଏତେ ଆସକ୍ତ, ରଖିଲେ ଗୁପ୍ତ

ନୋହିଲେ ବିଶ୍ଵାବସୁଙ୍କ ଭକ୍ତିର ଆସକ୍ତ

ଲଳିତାଦେବୀ ମାଧ୍ୟମରେ ବିକାଶି ଚରିତ୍ର

ମନମୋହି ପୁରୀରେ ଜନ୍ମବେଦୀରୁ

ରତନ ବେଦୀରେ ହେବେ ଆଦୃତ

ବିଶ୍ଵାବସୁ ନିଶ୍ଚୟ ପର ପର ଜନ୍ମରେ ଦାସିଆ ଭକ୍ତ

ସେପାଇଁ ନୀଳମାଧବ ହେଲେ ଜଗନ୍ନାଥ

ବଡ଼ଦାଣ୍ଡ କମ୍ପେ ଆଜି ବାହୁଡ଼ା ଜାତ

ପରେ ସୁନାବେଶ ମନ ମୋହେ ବହୁତ

ରସଗୋଲାରେ ମାନଭଞ୍ଜନ କରି ଜଗନ୍ନାଥ

ଆପଣେଇ ଦାମ୍ପତ୍ୟ ଖୁସିର ରହସ୍ୟ ସୂତ୍ର

ନୀଳାଦ୍ରି ବିଜେ କରିବେ ଜଗତରନାଥ

ରତ୍ନବେଦୀ ହସିବ ଗହଳି ସର୍ବତ୍ର

ନୀଳଶୈଳରେ ନୀଳକନ୍ଦରରେ ଚତୁର୍ଦ୍ଧା ସେତ

ଚହଲି ଯିବନି ନେତ ଦୋହଲିବନି ସବୁ ଶାଶ୍ବତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action