ରଥଯାତ୍ରା
ରଥଯାତ୍ରା
ଆଜି ପରା ରଥଯାତ୍ରା
ଚାଲ ଯିବା ପୁରୀ
ଦେଖିବା ତିନି ଦିଅଁକୁ
ରଥେ ମନ ଭରି ।
ବଡ଼ ଦାଣ୍ଡେ ଛିଡ଼ା ହୋଇ
ଟାଣିବା ରଥକୁ
ଜଣାଇବା ମନ କଥା
ତିନି ଠାକୁରଙ୍କୁ ।
ରଥ ଦଉଡ଼ିକୁ ଭକ୍ତ
ଦିଏ ଯେବେ ଛୁଇଁ
ପାପ କ୍ଷୟ ହୁଏ ଜନ୍ମ
ସାର୍ଥକ ହୁଅଇ ।
ପ୍ରତିବର୍ଷ ଭକ୍ତ ଏହି
ଯାତ ଦେଖିବାକୁ
ଆସନ୍ତି ପୁରୀକୁ ବହୁ
ଦୂର ଦୂରାନ୍ତରୁ ।
ରଥଯାତ୍ରା ପ୍ରସାରଣ
ଦେଖାଏ ଟିଭିରେ
ଦେଖନ୍ତି ଟିଭିରେ ଲୋକେ
ବସି ନିଜ ଘରେ ।
ଭକ୍ତଗଣ ଝାଞ୍ଜ,ଖୋଳ
ମୃଦଙ୍ଗ ବଜେଇ
ପ୍ରଭୁ ନାମ ଧରି ରଥ
ନିଅନ୍ତି ଆଗେଇ ।
ବଡ଼ ଦାଣ୍ଡେ ଆଜି ପ୍ରଭୁ
ରଥାରୁଢ଼ ହୋଇ
ସଂସାରୁ ସକଳ ଦୁଃଖ
ଦିଅ ହେ ଦୂରେଇ ।
