STORYMIRROR

Prahallad Sahoo

Action Classics Inspirational

3  

Prahallad Sahoo

Action Classics Inspirational

ବ୍ରହ୍ମ ନାମ ଔଷଧି

ବ୍ରହ୍ମ ନାମ ଔଷଧି

1 min
138

ଆରେ ବାଇମନ !

ଅନେକ ଜନ୍ମ ପରେ ଲଭିଛୁ ନର ଜନ୍ମ

ବାହ୍ଯ ଜ୍ଞାନେ ମାତି କି ଲାଭ ପାଉଛୁ ଦେହକୁ କରି ସୁନ୍ଦର;

ଆତ୍ମତତ୍ତ୍ଵ ବ୍ରହ୍ମଜ୍ଞାନେ କର ଧର୍ମ ପାଳନ

ଅନ୍ତରେ ଭରା ମାୟା, କପଟ; ଜ୍ଞାନ ଶିଖାରେ ହେବ ଉଜ୍ଜ୍ବଳ।

ଆରେ ବାଇମନ !

ସଂସାର ରୂପକ ନାବ କର୍ମେ କର ଠାବ

ସଳଖି ଧରିଥା ଆହୁଲା ଉଜାଣି ବହିଲେ ହେବ ଟଳମଳ;

ଥରେ ବୁଲିଗଲେ ମଙ୍ଗ ଲକ୍ଷ୍ଯ ବଦଳିବ

ସତ୍ଯ ନାଆରେ ପଶିଲେ ଅସତ୍ୟ ପାଣି ପାଇବୁନି ଥଳକୂଳ।

ଆରେ ବାଇମନ !

କଫ, ପିତ୍ତ, ବାତ ତ୍ରିତାପେ ଶରୀର ବଶ

ପାନକରି ବ୍ରହ୍ମ ନାମ ଔଷଧି ନାଶ ଦେହକୁ କର ମୁକ୍ତ

ମନ, ବୁଦ୍ଧି, ବିବେକ ତ୍ରିରତ୍ନେ ହୁଅ ତୋଷ

ବ୍ରହ୍ମରନ୍ଧ୍ରେ ନିର୍ବେଦୀ ପଶ ବ୍ରହ୍ମ ବିନା ନାହିଁ କାହିଁ ଠାବ।

ଆରେ ବାଇମନ !

କାମ, କ୍ରୋଧ, ଲୋଭ ତ୍ରିବିଧ ନରକ ପଥ

ତରିବାକୁ ଥିଲେ ଏହି କୁପଥ ବ୍ରହ୍ମ ପଦେ ଲଗାଅ ଚିତ୍ତ

ସ୍ଥୁଳ, ସୂକ୍ଷ୍ମ, କାରଣ ତ୍ରିଶରୀର ଯେ ଜାଣ

ସାକ୍ଷୀ ରୂପେ ସେ ଶରୀର ମଧ୍ୟେ ନିରାକାର ବିଭାଷିତ।

ଆରେ ବାଇମନ !

ପ୍ରାରବ୍ଧ କର୍ମ ଫଳ ଭୋଗ କଲେ ତୁଟିବ

ଏ ଜନ୍ମେ ନ ହେଲେ ଭୋଗ, ପରେ ଜନ୍ମ ହୋଇ ଭୋଗିବ

ଏଠି ହେଲେ ସଞମୀ ସେଠି ଦୁଃଖ ନ ଥିବ

ସଞ୍ଚିତ କର୍ମେ ଦେଲେ ଧ୍ୟାନ ସୁଖରେ କଟିଥାଏ ପରକାଳ।


Rate this content
Log in

Similar oriya poem from Action