STORYMIRROR

Kshitish Jena

Tragedy Action Inspirational

3  

Kshitish Jena

Tragedy Action Inspirational

କାଉଡ଼ିଆ ଭାଇ

କାଉଡ଼ିଆ ଭାଇ

1 min
178


କାଉଡ଼ି ଯାତରା ବରଷକେ ଥରେ

ଆସଇ ଶ୍ରାବଣ ମାସେ

ଶିବ ଦରଶନ ଲାଗି ଭକ୍ତଗଣ

ଛୁଟନ୍ତି କାଉଡ଼ି ବେଶେ ।

ଖରା ବର୍ଷା ବାଆ ସହି କାଉଡ଼ିଆ

କାନ୍ଧେ ଧରି ପାଣି ଭାର

ଡାକି ଚାଲନ୍ତି ସେ ପ୍ରଭୁ ମହେଶ୍ଵର

ବିପଦରୁ ପାରିକର ।

ବାବା ଭୋଳାନାଥ କୃପା କଲେ ନିଜେ

ପଙ୍ଗୁ ଲଙ୍ଘି ଯାଏ ଗିରି

ଅନ୍ଧ ପାରେ ଦେଖି ମୂକ ଥିବା ଲୋକ

ଗପଇ ବାଚାଳ ପରି ।

ବହୁଦୂରୁ ଆସି କାଉଡ଼ିଆ ମାନେ

ଶିବ ଶିରେ ଜଳ ଢାଳି

ଭକତିର ସହ ମାଗନ୍ତି ସେ ବର

ପ୍ରଭୁ ପାଖେ କରି ଅଳି ।

କାମରେ କଦାପି ନହୁଏ ବିଫଳ

ଯେ ରଖେ ତାଙ୍କଠି ଲୟ

ଥରୁଟେ ଶିବଙ୍କୁ ଡାକେ ଯଦି ପାପୀ

ହୁଏ ତା'ର ପାପ କ୍ଷୟ ।

ମନରେ ଗଭୀର ଭକ୍ତିଭାବ ରଖି

ଗଲେ ନେଇ ପାଣି ଭାର

ମାନସିକ ନିଶ୍ଚେ କରିବେ ପୂରଣ

ସେ ପ୍ରଭୁ ଚନ୍ଦ୍ରଶେଖର ।




Rate this content
Log in

Similar oriya poem from Tragedy