STORYMIRROR

Tapan Dixit

Romance Abstract Others

2  

Tapan Dixit

Romance Abstract Others

ରଙ୍ଗ ପକ୍ଷୀ

ରଙ୍ଗ ପକ୍ଷୀ

1 min
12.8K


ଥରଥର କରି ନେବି ମୁଁ ଜନମ 

ସାତଥର ଗଣି ଗଣି 

ଯେପର୍ଯ୍ୟନ୍ତ ତୁମେ ଭଲପାଅ ବୋଲି 

ନକହିଛ ଜାଣି ଶୁଣି।

ମଧୁଶାଳା ପଥେ ଖୋଜି ହେଉଥିବି 

ସଞ୍ଜ ଆସିଲେ ନଇଁ 

ମେଣ୍ଟାଉଥିବି ମୁଁ ତୃଷ୍ଣା ମୋ କଣ୍ଠର 

ଆକଣ୍ଠ ମଦିରା ପିଇ।

କିଏ ଜାଣେ କେବେ ଦେହର ପିଞ୍ଜରୁ 

ରଙ୍ଗ ପକ୍ଷୀ ଗଲେ ଉଡି 

ଆସୁଥିବ ତୁମେ ଯୌବନ ହରାଇ 

ଭରା ଦେଇ ଜରାବାଡ଼ି ।

ଖାଲି ପିଆଲାଟା ଦୂରେ ଗଡୁଥିବ 

ମଧୁଶାଳା ଜନହୀନ 

ବାଟର ବାଟୋଇ କହୁଥିବେ କିଛି 

ଫିସ୍ ଫିସ୍ କଥା ମାନ ।

ଋତୁ ବଇଶାଖୀ ବହିଯାଉଥିବ 

ଝରି ପଡ଼ୁଥିବେ ପତ୍ର 

ମର୍ମର ଶବଦେ ଗାଉଥିବେ ବୋଧେ ! 

ସଦ୍ ଗତି ର ଶାନ୍ତିମନ୍ତ୍ର ।।

ତପନ ଦୀକ୍ଷିତ (ବେଳାଭୂମି) 25.12.2017

ନାଶିକେଶ୍ୱର, କାକଟପୁର, ପୁରୀ

ଫିସ୍ ଫିସ୍ :୧. ଛୋଟ ଛୋଟ ବିନ୍ଦୁରେ ବର୍ଷା ହେବାର ଶବ୍ଦ — ୧. Sound of drizzling rain; pissing sound.

୨. ତୁନି ତୁନି କଥାବାର୍ତ୍ତା ହେବାର ଶବ୍ଦ — ୨. Whispering sound.

[ଦ୍ରଷ୍ଟବ୍ୟ —ଫସ୍ ଫସ୍ ଓ ଫସର ଫସର—ବଡ଼ ଶବ୍ଦ ଫିସ୍ ଫିସ୍ ଓ ଫିସିରି ଫିସିରି—ଫସ୍ ଫସ୍ ଅପେକ୍ଷା ଛୋଟ ଶବ୍ଦ ଫୁସ୍ ଫୁସ୍ ଓ ଫୁସୁରୁ ଫୁସୁରୁ—ଫିସ୍ ଫିସ୍ ଅପେକ୍ଷା ଆହୁରି ଛୋଟ ଶବ୍ଦ ସ୍ଥଳରେ ବ୍ୟବହୃତ ହୁଏ]


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance