STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ରଙ୍ଗ ମହୋତ୍ସବ

ରଙ୍ଗ ମହୋତ୍ସବ

1 min
240


ଗୋବିନ୍ଦ ଗୋପାଳ ନନ୍ଦବାଳ ଷୋଳକଳା          

ରସିଅଛି ସୁନା ଗୋରୀ କାହ୍ନୁ କେଶବକୁ       

 ଆଖିକୁ ତା ଦିଶେ ନାହିଁ କଳା କିବା ଧଳା ।


ନଟକୁଟିଆ ସେ ମୟୂରଚୂଳିଆ

    ଜାଣେନା ପର ଆପଣା

ମଧୁଝରା ହସ ରଙ୍ଗାଅଧରରେ

    କରିଦିଏ ଆନମନା

ମୋହନ ମୂରଲୀ ଉଚ୍ଚାଟେ ଅଧୀର

ସମ୍ମୋହିତ ଗୋପବାଳା ।

ଗୋବିନ୍ଦ ଗୋପାଳ-----


ଭାବ ବିନୋଦିଆ ସେ ରଙ୍ଗରସିଆ

      ଲଗାଇଛି ଭାବଡୋରୀ

ଫଗୁଣ ମିଳନେ ପ୍ରେମ ପ୍ରୀତି ରଙ୍ଗେ

     ବରଷୁଛି ସୁଧା ବାରି

ଉଲ୍ଲସେ ପରାଣ ରଙ୍ଗ ମହୋତ୍ସବ

ଅବିର ହୋରି ଖେଳା  ।

ଗୋବିନ୍ଦ ଗୋପାଳ------



Rate this content
Log in

Similar oriya poem from Inspirational