STORYMIRROR

Debadatta Jena

Abstract Romance Inspirational

3  

Debadatta Jena

Abstract Romance Inspirational

ରଂଗ ଛିଟା..

ରଂଗ ଛିଟା..

1 min
236


କେଉଁ ରଂଗରେ ରଙ୍ଗିବି ସତେ ମୁଁ 


ତମେ ଯେ, 


ସାତ ରଂଗରେ ସମାହିତା, 


କେଉଁ ଢଙ୍ଗରେ ମାଖିବି ସତେ ମୁଁ 


ତମେ ସତେ, 


ବିଧୁ ଵିଭୂଷଣେ ବିଭୂଷିତା, 


କେଉଁ ଅଳଙ୍କରଣେ ଅଙ୍କିବି ତମକୁ, 


ତମେ ବି ତ, 


ନାନା ଅଳଙ୍କାରେ ଅଳଂକୃତା, 


କେଉଁ ସମ୍ଭାଷଣେ ଭାସିବି ତମକୁ, 


ତମେ ତ ଅନେକ, 


ଶବ୍ଦ ସମ୍ଭାଷଣେ ଉଦ୍ଭାସିତା.. 


ନାନା ଉପମାରେ ଉପମିତ ତମେ, 


ଉପମେୟ, 


ଉପମାନେ ତମେ ଆନମନା, 


ବର୍ଣ୍ଣ ବିଭାରେ ଶୋଭା ସୁଶୋଭିତା, 


ରୂପ ଲାବଣ୍ୟରେ ମୁଗ୍ଧ ଚକିତା, 


ସ୍ୱୟଂ ସନ୍ଦର୍ଶନେ ସ୍ୱକୀୟ ମୂର୍ଚ୍ଛନା, 


ସ୍ୱ-ସୌନ୍ଦର୍ଯ୍ୟରେ ବିମୋହିତା, 


ସମ୍ମୋହନେ ମୋହିତ ଆଶ୍ଚର୍ଯ୍ୟ।ନିତ, 


ସତରେ ତମେ ତ..


ଲଳିତ ଲବଙ୍ଗ ଲତା, 


ତମ ସୁରଭି ନୈପୁଣ୍ୟ ପୂର୍ଣ୍ଣ ସବୁଜିମା


ନବ ଉନ୍ମେଷର ଲଳନା.. 


ସୌରଭରେ ସୁଷମା ଅସମାପିକା..


ନବ ରଂଗ ରସ ଶରୀର ତମେ, 


କବିତା ଉଚ୍ଚ ଆକାଂକ୍ଷିତା.. 


ଆଦ୍ୟ ବସଂତର ନବ ଉନ୍ମାଦନା, 


ତମେ ସତରେ ତ.. 


ନୂଆ କଳିକାର କଳ୍ପ ଲତିକା..


ସବୁ ରଂଗ ରୂପ ଉଣା ନୁହେଁ ଜମା, 


ଅଙ୍ଗ ସୌଷ୍ଠବ ମଧୁ ସ୍ନାତା, 


ରୂପ ଓ ମାଧୁର୍ଯ୍ୟରେ ଅକଳ୍ପନୀୟା, 


ସବୁ ରଂଗ ରୂପେ ସୁସଜ୍ଜିତା, 


ଅପୂର୍ବ ବର୍ଣ୍ଣାଳି ଶୋଭା ବିମଣ୍ଡିତା, 


ତମେ ସପ୍ତାଶ୍ଚର୍ଯ୍ୟର ନାୟିକା ..


ନୂଆ ସକାଳର, 


ନିତ୍ୟ ନୂତନ କବିତା,ବନିତା,ଲତା, 


ସୁଲଳିତ ଛନ୍ଦ ବର୍ଣ୍ଣ ଛିଟା, 


ଶବ୍ଦ କୁଂଜ ବିହ୍ଵଳ ମଧୁର ରାଗିଣୀ, 


ମଧୁ କୁଂଜ ରଂଜିତା.. 


ତମେ ରଙ୍ଗୀନ ରଂଗ ଛିଟା..!


 



Rate this content
Log in

Similar oriya poem from Abstract