STORYMIRROR

Binata Mohanta

Romance Fantasy Inspirational

3  

Binata Mohanta

Romance Fantasy Inspirational

ରକ୍ତିମ ଗୋଲାପ

ରକ୍ତିମ ଗୋଲାପ

1 min
313

ଉଦିତ ସୂର୍ଯ୍ୟର ପ୍ରଥମ କିରଣ

ଦୃଶ୍ୟଟି ଅଟେ ଅବର୍ଣ୍ଣନୀୟ

କୋମଳ ଆଲୋକରେ ବିଚ୍ଛୁରିତ

ଜଗତର ଶୋଭା ଦିଶେ ସ୍ବର୍ଣ୍ଣମୟ ।।

ଭଳି କି ଭଳି କୁସୁମ

ଧରାପୃଷ୍ଠେ ହୁଅନ୍ତି ପ୍ରଷ୍ପୁଟିତ

ତା ମଧ୍ୟେ ଗୋଲାପ କଳିକାର

ଶୋଭା ଅକଳ୍ପିତ ।।

ଦୋଳାୟମାନ ହେଉଥାଉ

ଧିର ମୃଦୁ ପବନେ

ଧିମାଧିମା ମହକେ ଆଘ୍ରାଣ

ପୁଲକିତ ହୁଏ ମନ ପ୍ରାଣ ।।

ପ୍ରେମୀକର ପ୍ରଥମ ପସନ୍ଦ

ଅଟୁ ତୁହି ରକ୍ତିମ ଗୋଲାପ

ତୋହରିଠାରୁ ଆରମ୍ଭ ହୁଏ

ପ୍ରେମର ସ୍ମରଣୀୟ ଆଳାପ ।।

ପ୍ରେମିକର ହାତରେ ଗୋଲାପ

ପ୍ରେମିକା ଦେଖେ ପ୍ରେମ ଭରା ନୟନେ

ପ୍ରେମିକର ପ୍ରେମ ନିବେଦନ

ସ୍ବିକାରେ ଏକ ଉଷ୍ଣ ଚୁମ୍ବନେ ।।

ଅତି ଆଦରରେ ସାଇତେ ଫୁଲଟିକୁ

ଏକ ପୁସ୍ତକ ମଧ୍ୟରେ

ଏହାସହ ଜଡିତ କଥାକୁ 

ରଖେ ହୃଦୟ ସ୍ପନ୍ଦନରେ ।।

ବିଗତ ଦିନର ଗୋଲାପକୁ

ଯେବେ ସେ ଦେଖି ଥାଏ

ବିଶେଷ ମୁହୁର୍ତ୍ତ ସବୁ

ମୁଖମଣ୍ଡଳେ ଉଜ୍ୱଳିତ ହୁଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance