Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିରତ୍ନ ନୂତନ କୁମାର ବେହେରା

Romance Classics Inspirational

3  

କବିରତ୍ନ ନୂତନ କୁମାର ବେହେରା

Romance Classics Inspirational

ରକତେ ଲେଖିଛି ତୋ ନାଁ

ରକତେ ଲେଖିଛି ତୋ ନାଁ

1 min
162


ଭଲ ପାଇବା ଦିନରୁ ତୋ ପାଶେ ମୁଁ

ସମର୍ପି ଦେଇଛି ମୋ ମନ ପ୍ରାଣ ହୃଦୟ

ପ୍ରତିଟି ସ୍ପନ୍ଦନେ କରୁଛି ଅନୁଭବ  

ନିଶ୍ବାସ ପ୍ରଶ୍ବାସରେ ପାଇ ତୋର ଛୁଆଁ

ଭୁଲି ମୁଁ ପାରେନା ତୋ ରୂପର ସେ ଛବି

ଆଖି ଆଗେ ନାଚି ଯାଉଛି ଅବିରତ

ଚାହିଁ ରହେ ମୁଁ ଏକ ଲୟେ ଏକମୁହାଁ

ତୋ ବିନା ପ୍ରିୟା ଲାଗେ ସବୁ ଖାଁ ଖାଁ

ମୁଁ ରକତେ ଲେଖିଛି ତୋ ନାଁ

ତୋ ଅନିନ୍ଦ୍ୟ ରୂପ ଲାବଣ୍ୟ ସୁଷମା ଭରା

ମୋତେ ଲାଗେ ସବୁଠୁ ସୁନ୍ଦର ନିଆରା

ଜୀବନେ ରହିଛି ରହିବ ଅପାଶୋରା

ଦୁହେଁ ତ ଦୁହିଁଙ୍କର ହୋଇଛୁ ସାହାରା

ଆସିବନି କେବେ ତୋର କି ମୋର ମନେ

ଟିକିଏ ବି ଛଳନା କି ବାହାନା 

ପ୍ରେମ ମୋର ତୋ ପ୍ରତି ହେବନି ଊଣା

ଥିବା ଯାଏଁ ଏ ଜୀବନ କରିବିନି ମୁଁ ପ୍ରତାରଣା

ସାଥେ ସାଥୀ ହୋଇ ଗଢିବା ଆମ ଦୁନିଆଁ

ମୁଁ ରକତେ ଲେଖିଛି ତୋ ନାଁ

ବୁଝିଛି ପ୍ରେମ ଶାଶ୍ଵତ ଚିରନ୍ତନ ସତ୍ୟ

ପବିତ୍ର ନିଷ୍ପାପ ହୃଦୟରେ ବଞ୍ଚି ରହେ ନିତ୍ୟ

ଅତୁଟ ଭରସା ବିଶ୍ଵାସର ଏ ବନ୍ଧନ

ଜନ୍ମ ଜନ୍ମର ଏ ସଂପର୍କ ରହିଥାଏ ଚିରଦିନ

ଦୁଇଟି ଆତ୍ମାର ମିଳନ ଈଶ୍ବରଙ୍କ ବରଦାନ

ଅକ୍ଷୟ ଅସରନ୍ତି ପ୍ରେମର ଦାନ ପ୍ରତିଦାନ

ସରସ ସୁନ୍ଦର ମଧୁମୟ ହୁଏ ଜୀବନ

ପ୍ରେମୀଙ୍କୁ ବାନ୍ଧି ରଖେ ପ୍ରେମ କରି କିମିଆଁ

ମୁଁ ରକତେ ଲେଖିଛି ତୋ ନାଁ ।


Rate this content
Log in

Similar oriya poem from Romance