STORYMIRROR

ABADHOOT PANDA

Abstract Others

4  

ABADHOOT PANDA

Abstract Others

ରକ୍ତାକ୍ତ ପାପୁଲି

ରକ୍ତାକ୍ତ ପାପୁଲି

2 mins
194

ଯାଉଥିଲି ଦିନେ ମୁଁ ଶିମିଳିପାଳର

ଘଞ୍ଚ ଅରଣ୍ୟ ପାର୍ଶ୍ୱ୍ୱେ ଚଢ଼ି ମୋ ମୋଟର

ସାଇକେଲ ବଜାଇ କାନେ ହିଂସ୍ର ଜନ୍ତୁ ସ୍ୱର


ମୁହଁ ସନ୍ଧ୍ୟା ବେଳ ଭୋକରେ ପେଟ ବିକଳ

ସହସା କାନେ ମୋ ପଡ଼ିଲା କନ୍ୟା ଆର୍ତ୍ତ ଚିତ୍କାର

ବନ୍ଦ କଲି ଗାଡ଼ି ଷ୍ଟାର୍ଟ ଧାଇଁ ଗଲି ଜାଣିବାକୁ କାରଣ


ଦେଖିଲି ସାମ୍ନାରେ ଏକ ବିରାଟ ବର ଗଛ ମୂଳେ

କରୁଣ ଧର୍ଷଣ ଦୃଶ୍ୟ ଏକ ବନଜାତି ବନିତାର

ଯାହା ଉଦ୍ରେକ କଲା ମୋ ପ୍ରାଣେ ଗୁଣ ମାନବିକତାର


ଧାଇଁ ଗଲି ଉଚ୍ଛନେ ଧରି ହାତେ ଢିକିରୁ କାଢ଼ି ମୋର

ମୋଟରସାଇକେଲ ବନ୍ଧା ଲମ୍ବା ଚେନ କରିବାକୁ

ଆତ୍ମ ଆଉ ବନିତା ରକ୍ଷା ପାଶବିକ ଦୁର୍ବୁତ୍ତ କବଳୁ


ଦେଖିଲି ସହରୀ ଉଦଣ୍ଡ ଯୁବକ ପାଞ୍ଚୋଟି ଉଦ୍ୟମ ରତ

ସମ୍ଭୋଗାର୍ଥେ ବଳାତ୍କାରେ ବନିତାଟିକୁ ଦେଇ ତନୁ କଷଣ

ବିବେକ ମୋର ଉଠିଲା ତାତି ଆଖି କଲା ଅଗ୍ନି ବର୍ଷଣ


ପିଟି ଚାଲିଲି ସେହି ପାଷାଣ୍ଡ ନରାଧମ କୁଳାଙ୍ଗାର ତନୁ

ଗୃଧନୁ ସନ୍ତାନେ ମାବାପାଙ୍କର,ହଜିଲା ଭୟ କୁମାରୀ ମନୁ

ଫେରିଗଲା ବନ୍ୟକୁମାରୀ ନିଜ ଘରକୁ ଜାଳେଣି କାଠ

ମୁଣ୍ଡାଇ ଲଭି ମନେ କୁମାରୀତ୍ୱ ରକ୍ଷା ଆନନ୍ଦ ନାଶି ଅତନୁ


ମାତ୍ର ହେଲି ମୁଁ କବଳିତ ସେହି ନାରୀଗାତ୍ର ପିପାସୁ

ଉଦଣ୍ଡ ଭ୍ରଷ୍ଟ ଚରିତ୍ର ସହରୀ ଯୁବାଗଣଙ୍କ ବନ୍ଧନ ଫାସେ

ଝାଙ୍କି ନେଲେ ସେମାନେ ଚେନ ମୋ ହାତୁ ପରାଣ ତ୍ରାସେ


ସତର୍କ ଦୃଷ୍ଟି ଥିଲା ମୋର ଆଧୁନିକ ମାନବୀୟ ମନ ପ୍ରାଣେ

କରିଥିଲି ମୋବାଇଲ ଫୋନ ଉପଯୋଗ ଶୁଣି ଆର୍ତ୍ତ କ୍ରନ୍ଦନ

ସେହି ଝିଅଟିର,ଜଣାଇ ଦେଇଥିଲି ପାଖ ପୁଲିସ ଫାଣ୍ଡିକୁ

ଉଦ୍ଧାରି ନେବାକୁ ତାହାକୁ ନରପଶୁ କାମାଗ୍ନିରୁ ଚିରନ୍ତନ


ଆଉ ସମର୍ପି ଦେବାକୁ ସେହି ନରାଧମେ ଆଇନ ହସ୍ତରେ

କଳେ ବଳେ କୌଶଳେ ଦେବାପାଇଁ କଠୋର ଶାସ୍ତି ମହିଳାଙ୍କ

ସୁରକ୍ଷା -କର୍ତ୍ତା- ହାଜତରେ ଡକାଇ ସେମାନଙ୍କ ମାତା ପିତାଙ୍କୁ

ଆଉ ଅଧ୍ୟାପକଙ୍କୁ ସତ୍ୱରେ


ଶୁଣିଲି ତତକ୍ଷଣାତ ପୋଲିସ ଭ୍ୟାନ ଶବ୍ଦ ଅନତି ଦୂରରେ

ଜୀବନ ପଶିଲା ମୋର ରକ୍ତାକ୍ତ ଶରୀରେ ରକ୍ଷା କଲେ ଠାକୁରେ

ରକତେ ଜୁଡ଼ୁ ବୁଡୁ ଶୃଙ୍ଖଳ ଆବଦ୍ଧ ଥିଲା ମୋର ହସ୍ତ ଦ୍ବୟ ସେଠାରେ 


ମହିଳା ପୋଲିସ ଗଣେ ହାତକଡ଼ି ପିନ୍ଧାଇ ଲାଠି ମାଡ଼ ଦେଇ

ଦୁର୍ବୃତ୍ତ ଆଧୁନିକ ଧନାଢ୍ୟ ପୁଙ୍ଗବେ ବସାଇ ଭ୍ୟାନେ ନେଇଗଲେ

ଗନ୍ତବ୍ୟ ସ୍ଥଳେ ଅର୍ପି ଧନ୍ୟବାଦ ପ୍ରଶଂସା ବଚନେ ମୋତେ ହେଳେ


ଗାଡ଼ି ଷ୍ଟାର୍ଟ କରି ଯନ୍ତ୍ରଣା ଲବ୍ଧ ହସ୍ତେ ପହଁଞ୍ଚି ଗଲି ମୁଁ ହାସ୍ପାତାଳେ

ବ୍ୟାଣ୍ଡେଜ ବାନ୍ଧି ହାତେ ସେବନ କରି ଔଷଧ ଧନ୍ୟବାଦ ଦେଇ

ଚିକିତ୍ସକ ଗଣେ ହାର୍ଦିକ ଆନନ୍ଦ ଲଭି ପରୋପକାରୀ

ମାନବୀୟ ପ୍ରାଣେ ଫେରି ଆସିଲି ମୁଁ ନିଜ ଵାସ ଭବନକୁ କରି

ଦଣ୍ଡବତ ଯୁଗାବତାରୀ ମହାପ୍ରଭୁ ଜଗନ୍ନାଥଙ୍କୁ ଭୁରି ଭୁରି l

          



Rate this content
Log in

Similar oriya poem from Abstract