Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Tragedy Crime

3  

Aishwarya Mishra

Tragedy Crime

ରକ୍ତ

ରକ୍ତ

1 min
158


ରକ୍ତ ମାଗେ ଆଜି ରକ୍ତର ସମ୍ପର୍କ

ଭୁଲି ନିଜ ପିଲାଦିନର କଥା

ସଂକୀର୍ଣ୍ଣ ହୃଦୟ ସାଜେ ରକ୍ତମୁଖା

ବିଶ୍ଵାସରେ ଭରି ରକ୍ତର ଛିଟା ।


ରକ୍ତ ମାନେ ନାହିଁ ରକ୍ତର ବନ୍ଧନ 

କାହା ସମ୍ମୋହନେ ହୋଇଛି ବାଇ

ତା' ଶରୀରେ ଆଉ ବହୁନାହିଁ ରକ୍ତ

ରକ୍ତ ସବୁ ପାଣି ଯାଇଛି ହୋଇ ।


ରକ୍ତ ସନ୍ତାନକୁ ବଞ୍ଚାଇବା ପାଇଁ

ଦିନେ ମାଆ ଢାଳିଥିଲା ତା' ରକ୍ତ

ଆଜି ସେ ସନ୍ତାନ ବଡ଼ ହେଲା ପରେ

ମାଆକୁ ଶତଧା କରେ ରକ୍ତାକ୍ତ ।


ରକ୍ତର ମୂଲ୍ୟ ଯେ ଯାଇଛି ବଦଳି

ଶସ୍ତା ହୋଇଛି ସେ ରାସ୍ତା ଘାଟରେ

ଶ୍ୟାମଳ ଧରଣୀ ହୋଇଛି ରକ୍ତାକ୍ତ

ହୀନ ମନୁଷ୍ୟର କୃତଘ୍ନତାରେ ।


Rate this content
Log in

Similar oriya poem from Tragedy