ରକ୍ଷାବନ୍ଧନ
ରକ୍ଷାବନ୍ଧନ


ଦୁନିଆରେ ଅଦ୍ଭୁତ ସମ୍ପର୍କର ଡୋରି
ଭାଇଭଉଣୀଙ୍କ ଅତୁଟ ପ୍ରେମ
ରକ୍ଷାବନ୍ଧନର ରକ୍ଷା କବଚ ସେ
ଭଉଣୀର କିଛି ମାନ ଅଭିମାନ ।
ଭାରତୀୟ ସଂସ୍କୃତି ପରମ୍ପରା କ୍ରମେ
ଯାହା ଅଛି ବିଧିବିଧାନ
ଭାଇର ସ୍ନେହ ଭଲପାଇବା ଆକଟ
ଭଉଣୀର ଅଟେ କୋଟି ସମ୍ମାନ ।
ସେନେହ ମମତାର ବନ୍ଧନ ଟିକକ
ଝଟକୁ ଥାଏ ଭାଇ ହାତରେ
ପତିଜ୍ଞା ଭାଇର ଜୀବନର ଢାଲ
ସଦା ପ୍ରସ୍ତୁତ ବିପଦ ଆଗରେ ।
ରାକ୍ଷୀର ପାଉଣା ଭାଇର ସ୍ନେହ
ଆଣିଦେବ ବୋଲି ସରଗ ଚାନ୍ଦ
ମୁଁହ ଫୁଲେଇ ବସିଛି ସୁନା ଭଉଣୀ
କେତେ ଅଝଟ ମିଛିମିଛିକା କାନ୍ଦ ।
ସାତ ଦରିଆପାରି ହୋଇ ଭାଇ
କାଳେ ଖୋଜି ଆଣିବ ବର
ଡଉଲ ଡାଉଲ ଗୋଟେ ସୁନ୍ଦର
କୋଉ ରାଜ୍ୟ ରାଜକୁମାର ।
ଏମିତି ସମ୍ପର୍କ ଈଶ୍ୱର ବେଭାର
କୋଟିନିଧି ସ୍ନେହ ଡୋର
ଭାଇ ଭଉଣୀର ଅଦୃଶ୍ୟ ବନ୍ଧନ
ସଦା ଅକ୍ଷତ ରହୁ ସଭିଙ୍କର ।