Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR RANJAN BEHERA

Abstract Classics Inspirational

4  

DR SAMIR RANJAN BEHERA

Abstract Classics Inspirational

ରକ୍ଷା କର ପ୍ରଭୁ ରକ୍ଷା କର

ରକ୍ଷା କର ପ୍ରଭୁ ରକ୍ଷା କର

1 min
195



ଜଗତର ନାଥ ଜଗନ୍ନାଥ ପ୍ରଭୁ

            ତଵ କୃପା ଟିକେ ହେଉ

ଦୁଃଖ ସାଗର ରେ ଡୁବୁଛି ଯେ ବିଶ୍ୱ

           ଅଣ ନିଶ୍ୱାସୀ ହେଇଯାଉ ll

ଓଡିଶା ବାସୀଙ୍କ ଆରାଧ୍ୟ ଯେ ତୁମେ

              ବିଶ୍ୱକୁ ନିର୍ଦ୍ଦେଶ କର

ବିଶ୍ଵବାସୀଙ୍କୁ ଆଉ ଅଛପା ନାହିଁ ଯେ

            ତୁମ କଳା କିର୍ତ୍ତୀ ଅପାର ll

ଦଶ ଅବତାର ନେଇଛ ଯେ ପ୍ରଭୁ

                ଜଗତ ଉଦ୍ଧାର ପାଇଁ

ଆଜି ବିଶ୍ୱବାସୀ ମରଣ ଯନ୍ତାରେ

                 ନିରବ ରହିଛ କାହିଁ ll

ତୁମ ପୂଜାର୍ଚ୍ଚନା କଟକଣା ଆଜି

            ଡରି ଡରି ମହାମାରୀ

ତୁମେ କି ଚାହିଁଲେ ଏ କୁ-ଶକ୍ତି କୁ

            ପାରିବନି ନଷ୍ଟ କରି ll

ରତ୍ନ ସିଂହାସନେ ନିରବ ନିଶ୍ଚଳେ

               ବସିଛ ଯେ ମହାବାହୁ

ନିୟତି ର ଚକ୍ର ପେଶୀ ଚାଲିଅଛି

              ନିରବ ଦ୍ରଷ୍ଟା ହେଇ ରହୁ ll

ତୁମ ସ୍ନାନ ପର୍ବ ହେଉଅଛି ପ୍ରଭୁ

                  ବିନା ଭକ୍ତ ଗହଣେ

ତୁମ ଘୋଷ ଯାତ୍ରା ହେବ କି ନାହିଁ

                 ସନ୍ଦେହରେ ସଭିଁ ଜନେ ll

ଅଧର୍ମ ଅନ୍ୟାୟ ଦୁର୍ନୀତି ବ୍ୟଭିଚାର

          ଘଟେ କୋଣେ ଅନୁକୋଣ

ତୋ ନୀତି ଆଦର୍ଶେ ରାଜନୀତି ପଶି

                  କରୁଛନ୍ତି ପ୍ରହସନ ll

ତୁମ ନିର୍ଦ୍ଦେଶ ରେ ନିୟତି ରଚିଛି

              ଧ୍ବଂସର ତାଣ୍ଡବ ଲୀଳା

ମହାମାରୀ ପୁଣି ବାତ୍ୟା ଭୁମିକଂପ

                  ବିଶ୍ୱ ଆଜି ବାଟ ବଣା ll

କାହିଁକି ବସିଛ ମୌନ ହେଇ ପ୍ରଭୁ

               କି ଇଚ୍ଛା ଅଛି ତୁମର

ତୁମେ କି ଚାହଁ ଧ୍ୱଂସ ହେଇଯାଉ

           ତୁମର ଏ ବିଶ୍ୱ ଦରବାର ll

ତ୍ରାହି ମାଂ ତ୍ରାହି ମାଂ ରକ୍ଷା କର ପ୍ରଭୁ

          ବିଶ୍ୱବାସୀ ର ଆକୁଳ ଚିତ୍କାର

 ନିରବ ନରହି ଉଠ ଉଠ କଳ୍କୀ

        ଏ ବିଶ୍ୱ ଦରବାରକୁ ରକ୍ଷା କର

କ୍ଷମା କର ପ୍ରଭୁ କ୍ଷମା କର

ରକ୍ଷା କର ପଭୁ ରକ୍ଷା କର ।।


Rate this content
Log in