STORYMIRROR

Sahadev Behera

Thriller Others

3  

Sahadev Behera

Thriller Others

ରକ୍ଷା କର ଆର୍ତ୍ତତ୍ରାଣ

ରକ୍ଷା କର ଆର୍ତ୍ତତ୍ରାଣ

1 min
228

ହେ ପ୍ରଭୁ ସାଆନ୍ତ  ଆହେ ଦୟାବନ୍ତ

     ଦୀନ ଜନେ  ଦୟାକର

ଏ ଭବ ସାଗରୁ  ରକ୍ଷା କର ହରି  

     ଗୋବିନ୍ଦ ଦୟାସାଗର ll 1

     

ତୁମ ନାମ ଧରି ଗୁହାରି କରଇ

    ଆଜି ଏ ପାମର ହୀନ 

ଭବ ଜଳେ ଭାସେ  ଜୀବନ ବିକଳେ 

    ଆତୁରେ କରି କ୍ରନ୍ଦନ ll 2


ମଣିଷ ଦେହରେ ଦେଖି ଦିବ୍ଯଜ୍ଞାନ 

   ତୋଷି ଥିଲ ପ୍ରଭୁ ମନ 

କେଉଁ କୋପ ବଳେ  ଆଜି ଏ ଧରାରେ 

    କର ତାକୁ ହୀନିମାନ ll 3

    

ତମକୁ ପୂଜଇ  ତମକୁ ଭଜଇ

    ବିପଦେ ଆପଦେ ସଦା 

ଏ ମହା ସଙ୍କଟେ  କି ମାୟା ରଚୁଛ

    ସୃଷ୍ଟି ହୋଇଲାଣି ପଦା ll 4

    

ତମେ ସୃଷ୍ଟି କର୍ତ୍ତା  ସଂହାର ପାଳକ 

    ତମ ବିନୁ ନାହିଁ ଗତି 

କ୍ଷମା କର ଏହି  ମୂଢ ମାନବକୁ 

   ବିପଦୁ କର ମୁକତି ll 5

    

କଳୋନା ଭୂତାଣୁ  ଆସେ ଭୟଙ୍କର 

    ନେଲାଣି ସହସ୍ର ପ୍ରାଣ 

ଏ ମହାମାରୀକୁ  ସଂହାର ପ୍ରଭୁ ହେ 

    ରକ୍ଷା କର ଆର୍ତ୍ତତ୍ରାଣ ll 6


Rate this content
Log in

Similar oriya poem from Thriller