ରଖିବା ଦେଶର ମାନ
ରଖିବା ଦେଶର ମାନ
ତ୍ରିରଙ୍ଗାର ତଳେ ସଭିଏଁ ସମାନ
ପରିଚୟ ଭାରତୀୟ
କୋଟିଏ କଣ୍ଠରେ ଗୁଞ୍ଜେ ଏକତାନେ
ଭାରତ ମାତାର ଜୟ ।
ବିଭିନ୍ନତା ମଧ୍ଯେ ଏକତାର ସୂତ୍ରେ
ସୁସଂହତ ଏକ ଲକ୍ଷ୍ଯ
ପ୍ରଗତିର ପଥେ ଅଗ୍ରସର ଆମେ
ନୀତି ସତ୍ଯ ନିରପେକ୍ଷ ।
ପ୍ରାଚୀନ ଐତିହ୍ଯ ସଂସ୍କୃତି ସମୃଦ୍ଧ
ଆମ ଧର୍ମ ସୁସଂସ୍କାର
ମୈତ୍ରୀ ସମନ୍ବୟେ ମଣେ ବସୁଧାକୁ
ଆପଣାର ପରିବାର ।
ଆମ ପରମ୍ପରା ନୈତିକ ଆଦର୍ଶ
ଗୁଣାତ୍ମକ ଚିନ୍ତାଧାରା
ପ୍ରତିପାଦେ ଉଚ୍ଚ ମର୍ଯ୍ଯାଦା ସ୍ବତନ୍ତ୍ର
ଭରସା ବିଶ୍ବାସ ଭରା ।
ହୋଇବା ସତତ ଆମେ କର୍ମନିଷ୍ଠ
ରଖିବା ଦେଶର ମାନ
ଗର୍ବରେ କହିବା ଆମେ ଭାରତୀୟ
ଭାରତ ଦେଶ ମହାନ ।
