ରଖ ହେ ଜଗତ ନାଥ
ରଖ ହେ ଜଗତ ନାଥ
କରୋନା ଭାଇରାଷ୍ ନେଉଛି ନିଶ୍ୱାସ
ରଖହେ ଜଗତ ନାଥ
ତମରି କରୁଣା ଦିଅ ଟିକେ ଢାଳି
ସଭିଏଁ ହୁଅନ୍ତୁ ମୁକ୍ତ ।
ହସୁଅଛି ତମ ନାଲିଆ ନେତ ହେ
ତମେତ ଅନନ୍ତ ମଣି
କାହିଁକି ବୁଝୁନ ସଂସାର ବଚନ
ରହୁଚ କେମିତି ଶୁଣି ।
ତମେ ପରା ସତ୍ୟ ତମେ ପରା ମିତ
ତମେ ପରା ମୁକ୍ତି ଦାତା
ଆଜି କାହିଁ ତମେ ନିରବେ ଶୋଇଛ
ହେଉ ନାହିଁ ତମ ଚିନ୍ତା ।
ଶିଶୁ ଠାରୁ ବୃଦ୍ଧା ସଭିଏଁ ଆତଙ୍କ
ଆସିଅଛି ମହାମାରୀ
ସହରଠୁ ପଲ୍ଲୀ ହୋଇଛି ନିରବ
ଡାକୁଛନ୍ତି ହରି ହରି ।
ଆସ ଆଜି ତମେ ଦେଉଳୁ ବାହାରି
ରକ୍ଷା କର ଏ ଜଗତ
କୁନି,କୁନି ଓଠେ ହସ ଦିଅ ଭରି
ଆହେ ମୋ ଜଗତ ନାଥ ।
ଏତିକି କରୁଣା ରଖ ଜଗନ୍ନାଥ
ମୋର ଡାକ ଟିକେ ଶୁଣ
ଅଧା ଜୀବନଟା ତୁମ ନାମ ଜପି
କରିଦେବି ସମର୍ପଣ ।
ମୋର ଡାକ ଟିକେ ଶୁଣ....।।
