STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ରଜରେ ରଜ

ରଜରେ ରଜ

1 min
170


ରଜରେ ରଜ ଆସିଛି ରଜ

  ନେଇ ନୂଆ ସଜ ବାଜ

ପୁର ପଲ୍ଲୀ ଆଜି ଆନନ୍ଦେ ହସୁଛି

 ହସୁଛି ନୂଆ ସୂରୁଜ।


ଗାଆଁ ତୋଟା ମାଳେ ରଜଦୋଳି ଝୁଲେ

   ଝୁଲନ୍ତି କୁଆଁରୀ ଝିଅ

ରଜ ପାନ ଖାଇ ମନେ ଖୁସି ହୋଇ

  ଛୁଟାନ୍ତି ହସର ସୁଅ।


ବସୁମତୀ ମାଆ ରଜସ୍ୱଳା ହୁଏ

  କୃଷକ ଚଷେ ନା ଭୂମି

କୁଆଁରୀ କନ୍ୟା ଏ ମାଟିରେ ନ ଚାଲି

  (ଚାଲନ୍ତି)କଦଳୀ ପଟୁକା ଘେନି।


ବାଳକ ଠାରୁ ଯେ ବୁଢ଼ା ବୁଢ଼ୀ ଯାଏ

  ରଜରେ ହୁଅନ୍ତି ଖୁସି

ଆର ବରଷକୁ ଆସିବାକୁ ରଜ

    ଚାହିଁଥାଆନ୍ତି ସେ ବସି।

   

ଉତ୍କଳୀୟଙ୍କର ପ୍ରିୟ ପର୍ବ ଏହି

  ଖୁସି ବାଣ୍ଟେ ଘରେ ଘରେ

ହସରେ ଖୁସିରେ ସ୍ନେହ ମମତାରେ

  ପ୍ରତିଟି ହୃଦୟ ଭରେ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational