STORYMIRROR

Rabindra kumar Sahoo

Abstract Classics Inspirational

3  

Rabindra kumar Sahoo

Abstract Classics Inspirational

ରଜପର୍ବ

ରଜପର୍ବ

1 min
260

   

  ଓଡିଆ ଜାତିର ମହାପର୍ବ

   ଓଡିଶା ମାଟିର ମାତୃପର୍ବ

   ମାତୃଭୂମି, ମାତୃ ଜାତିର

    ଏହା ସମ୍ମାନର ପର୍ବ

   ଆମ ଉତ୍କଳୀୟ ପରମ୍ପରାର

    ମହାନ୍ ପର୍ବ ରଜପର୍ବ।  

  କେତେ ଆଣେ 

     ଏହା ଆନନ୍ଦ ଉଲ୍ଲାସ

  ଝିଅ ବୋହୂଙ୍କର

      ମନ କରଇ ହରଷ

  ଦୋଳି ଖେଳ, ସାଙ୍ଗ ମେଳ

   ପିଠା ପଣା ସଙ୍ଗେ ହସରୋଳ

    ଲୁଡୁ, ତାସ୍, ପଶା, 

        ବାଗୁଡିର ଖେଳ

    ତା ସଙ୍ଗେ ଜମଇ

        ରଜ ଦୋଳି

    ରଜ ଗୀତର ଆସର

  କେଡେ ମନୋହର

     ମନ ମୁଗ୍ଧକର

   ଅଟେ ଏ ପରବଟି ଆମର ।

  ମା' ବସୁମତୀ ହୁଏ ରଜବତୀ

    ବୋଲି ଏ ପରବ

          ହୋଇଛି ଉତ୍ପତ୍ତି

   ଓଡ଼ିଆ ଜାତିଟା 

        କେଡେ ପ୍ରକୃତି ପ୍ରେମୀ

     ଅଟନ୍ତି ଏ ଜାତି

         କେତେ ମହାନୁଭବ

     ଏ ପରବ ପାଳି

        ଏ ଜାତି କରେ ଗରବ

    ପର୍ବ ନୁହେଁ ଏହା ଖାଲି

         ଏ ଜାତିର

    ଏ ଜାତିର ଏହା 

        ଗର୍ବ ଓ ଗୌରବ

    ମାତୃଜାତି, ମାତୃଭୂମି ଓ

      ପ୍ରକୃତି ମାତାର

    ଏ ଜାତି ବଢାଏ ସୌରଭ

   ଆହା କି ସୁନ୍ଦର ପରିକଳ୍ପନା

    ଆହା କି ସୁନ୍ଦର ଆମ

         ଚିନ୍ତା ଓ ଚେତନା

    କେତେ ଅଟୁ ଆମେ ଉଚ୍ଚମନା

   ପ୍ରକୃତି ମାତାକୁ, ପ୍ରକୃତି ଭୂମିକୁ

    ମାତୃ ଜାତି ସହ ଏଠି

     କରାଯାଇଅଛି ତୁଳନା ।

   ସେ ପାଇଁ ନାରୀ ଜାତି

      ମାତୃଜାତିଙ୍କୁ

   ରଜ ପର୍ବେ ଦିଆଯାଏଟି ଧ୍ୟାନ

    ହସରୋଳ କରି ପରସ୍ପର ମଧ୍ୟେ

    ଖୁଆଖୋଇ ହୁଅନ୍ତି 

         ମିଷ୍ଟାନ୍ନ ଓ ପାନ

   ଏ ପରମ୍ପରା କେବଳ

     ଓଡିଆ ଜାତି ପକ୍ଷେ ସମ୍ଭବ

   ଏହା ଯେ କେବଳ 

        ପରବ ନୁହଁଇ

   ଏହା ଆମ ଜାତି ପରିଚୟ

    (ଓଡ଼ିଆ) ଜାତିର 

     ଚିହ୍ନ, ସମ୍ମାନ,

        ଗର୍ବ ଓ ଗୌରବ

    ଆମ ମାଟିର ପର୍ବ,

        ମାଟି ମା'ର ପର୍ବ

     ଐତିହ୍ୟ ସମ୍ପନ୍ନ

       ଏ ଉତ୍କଳୀୟ ମାନଙ୍କର

     ଭାଇଚାରା ଓ

        ସ୍ନେହ ସଦ୍ଭାବନାର

     ମହାନ୍ ପର୍ବ

      ଆମ ସମସ୍ତଙ୍କର ପ୍ରିୟ

          ରଜ ପର୍ବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract