STORYMIRROR

Subhalaxmi Nayak

Thriller

3  

Subhalaxmi Nayak

Thriller

ରଜନୀର ଅବଶେଷେ

ରଜନୀର ଅବଶେଷେ

1 min
226

ନିର୍ଜନ ନିଶାର ଦ୍ୱିତୀୟ ପ୍ରହର

କାହିଁ ଦୂରେ ଶୁଭୁଛି ଗର୍ଜନ ବିରାଟ ଶୂନ୍ୟତାର 

ଭଲ୍ଲୁକର ବିକଳ କ୍ରନ୍ଦନ 

ରହି ରହି ଶୁଭେ ଚିତ୍କାର ବାସହୀନ ଶ୍ୱାନ ସମୂହର 

କିଛି ଭ୍ରାନ୍ତି ଏଇ ପ୍ରତିକ୍ରିୟାଶୀଳ ଅଶାନ୍ତ ମନର 

ତ କିଛି ପ୍ରତିବିମ୍ବ ଅଯାଚିତ ସୃଷ୍ଟ ଭୟ ଧାରଣାର

ବ୍ୟସ୍ତ ସିଏ !

ଘେନି କବିର ଚିନ୍ତାଶୀଳ ଭାବନାକୁ 

ପ୍ରତିଫଳିତ କରିବାର ଆଶା

କିଛି ଶବ୍ଦ ସଂଯୋଜନାର ତୀବ୍ର ଲାଳସା

ଶୁଭ୍ର କାନଭାସ୍ ଉପରେ ସବିଶେଷ ବର୍ଣ୍ଣନା 

କିନ୍ତୁ ଅନାୟାସରେ ବିଫଳ ଚେଷ୍ଟା

ବିଦାରି ହୋଇ ଗଲା କବି ପ୍ରାଣ

ମୁହୂର୍ତ୍ତକରେ ନିଦ୍ରାଦେବୀଙ୍କ କୋଳରେ ସମାଧିସ୍ଥ 

ସ୍ୱପ୍ନରେ ଜାଗ୍ରତ କିଛି ଅନୁଭୂତି ସାଉଁଟିବାରେ ସେ ବ୍ୟସ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller