STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ରଜ

ରଜ

1 min
11.8K



ଦୋଳି ମୁଣ୍ଡି କଟକଟ

ମୋ ଭାଇ ଆଣିଛି

ଖଣ୍ଡୁଆ ପାଟ ଲୋ

ଧଡି ତା ନାଲି ଟହ ଟହ

ତୋ ଭାଇ ଆଣିଚି କି

ଶାଢ଼ୀସମ୍ଭାର ଲୋ

ବେଗେ ବେଗେ କରି କହ

ବଉଳଲୋ ବେଗେ ବେଗେ

କରି କହ

ବାଳରେ ବାନ୍ଦି ଚଉଁରୀ

ଦେବା ମଲ୍ଲିମାଳେ ସଜେଇ

ବୁଲବା ଘିରି ଘିରି

ବଉଳ ଲୋ ବୁଲିବା

   ଘିରିକି ଘିରି

ଖାଇବା ଲୋ ପୋଡ଼ପିଠା

ତାସଙ୍ଗକୁ ଛେନା ମିଠା

ଥାଳରେ ହୋଇଥିବ 

      ସଜାଇ

ଖାଇବା ଲୋ ରଜପାନ

ଗୁଣ୍ଡିଗୁଆ ପକାଇ

ବୁଲିବା ସାହି କି ସାହି

ଝୁଲିବା ରଜ ଦୋଳି 

ରଜଗୀତ ଗାଇ ଗାଇ

ତିନି ଦିନ ପାଳିବା

  ରଜ ପରବଲୋ

    ବଉଳ

ପାଳିବା ଲୋ ରଜ

ହୋଇ ହରଷ ଚିତ

ଖାଇବା ଆମ୍ବ ପଣସ

ଖୁସି ମନେଦେବା

     ବିତାଇ

ବଉଳ ଲୋ ଦେବା ବିତାଇ ।



Rate this content
Log in

Similar oriya poem from Inspirational