ରଜ
ରଜ
ଓଡ଼ିଶା ରାଜ୍ୟର ରଜା ପରବ ଏ
ବରଷକେ ଥରେ ଆସେ
କେତେ ରକମର ପିଠା ମିଠା ମଧ୍ୟେ
ପୋଡ ପିଠାଟିଏ ବାସେ ।
ଆମ୍ବ,ଜାମୁ ଆଉ ପଣସର ବାସ୍ନା
ପ୍ରତି ଘରେ ପାଇ ଥାଉ
ପିଠାପଣା ସହ ଫଳର ସୁଆଦ
ବୁଲି ଖାଇ ମଜା ନେଉ ।
ନୂତନ ପୋଷାକ ପରିଧାନ କରି
ହୋଇ ଥାଉ ସଜବାଜ
ରଜ ପାନ ଖାଇ ଓଠୋକୁ ରଙ୍ଗେଇ
ବୁଲି,କରି ଥାଉ ମଉଜ ।
ନାଚ ଗୀତ ସହ ସାଙ୍ଗ ସାଥି ମେଳେ
ବିତାଉ ଏହି ତିନି ଦିନ
ଆତ୍ମୀୟତା ବଢେ ପରସ୍ପର ସହ
କରି ଏହି ପର୍ବ ପାଳନ ।
ରଜର ଶେଷ ଦିନଟିକୁ ପାଳୁ
ରୂପେ ବସୁମତୀ ସ୍ନାନ
ଧରଣୀ ମାକୁ ଶୀତଳ କରିବା ଲାଗି
ବର୍ଷାର ହୁଏ ଆଗମନ ।
ରଜ ମଉଜକୁ ପୋଡ ପିଠା ବଢାଏ
ତା ସାଙ୍ଗକୁ ଦୋଳି ଖେଳ
ସଭିଙ୍କ ମନକୁ ପାନ ଜିଣି ନିଏ
ଆନନ୍ଦରେ କଟେ ବେଳ ।
