STORYMIRROR

Sagar Kumar Parida

Abstract Classics

4  

Sagar Kumar Parida

Abstract Classics

ରଜ ସଂକ୍ରାନ୍ତିର ପାରମ୍ପରିକ କଥା

ରଜ ସଂକ୍ରାନ୍ତିର ପାରମ୍ପରିକ କଥା

1 min
355

ବହୁବର୍ଣ୍ଣା ଆମ ଉତ୍କଳ ସଂସ୍କୃତି

ବାରମାସେ ତେର ପର୍ବ,

ଓଡ଼ିଆ ଜାତିର ଗଣପର୍ବ ରୂପେ

ପାଳୁ ଆମେ ରଜ ପର୍ବ ।।

ମାଟି ସହ ମେଘ ମିଳନର ପର୍ବ

ନାମେ ଲୋକମୁଖେ ଖ୍ୟାତ,

ଧରଣୀ ମା ରଜସ୍ୱଳା ଏହିଦିନ

ରହିଅଛି ଲୋକ ଗୀତ ।।

ଜୈଷ୍ଠ ମାସର ଶେଷ ଦିନ ସହ

ଆଷାଢ଼ର ଦୁଇଦିନ,

ଏହିପରି ତିନିଦିନ ରଜପର୍ବ

ପାଳୁ ଆନନ୍ଦ ହୋଇଣ ।।

ସଂକ୍ରାନ୍ତିର ପୂର୍ବ ପହିଲି ରଜଟି

ପରଟି ଭୂଇଁ ଦହନ

କୁଆଁରୀ ମାନଙ୍କ ପରବ ଭାବରେ

ଖ୍ୟାତ ଉତ୍କଳ ଭୂବନ ।।

ସୂର୍ଯ୍ୟ ମୃର୍ଗଶିରା ନକ୍ଷତ୍ରରେ ଯେବେ

ଅଵସ୍ଥାନ କରିଥାନ୍ତି,

ସେହିଦିନ ଆମ ଧରଣୀ ମାତା ଯେ

ରଜସ୍ୱଳା ହୋଇଥାନ୍ତି ।।

ହଳ, ଲଙ୍ଗଳ,କର୍ଷଣ ବର୍ଜନ

ଏହିତିନି ଦିନ ହୁଏ,

ଗୁଆ ଖୋଳପାକୁ ପିନ୍ଧି କୁମାରୀଙ୍କୁ

ଚାଲିବାକୁ ହୋଇଥାଏ ।।

ଏହି ଦିନଠାରୁ ଉତ୍ପାଦନକ୍ଷମ

ହୁଏ ଆମ ମାଟି ମାଆ,

କୃଷିକାମ ପାଇଁ ସଜାଗ ହୁଅଇ

କୃଷକ ଭାଇଟି ଆହା ।।

ଘର ଲିପା ପୋଛା ହୁଏ ଏହି ଦିନେ

ପିଠା ଖାଇବାକୁ ମିଳେ,

ତାସ୍ ପଶାକୁ ପୁରୁଷ ଖେଳନ୍ତି

ମିଳିମିଶି ଆନନ୍ଦରେ ।।

ବସୁମତୀ ସ୍ନାନ ପରେ ରଜ ପର୍ବ

ହୁଅଇ ପରିସମାପ୍ତ,

ଉତ୍କଳର ପର୍ବ କେଡେ ମହନୀୟ

ଜାଣନ୍ତି ବିଶ୍ୱର ଲୋକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract