STORYMIRROR

Tapan Kumar Biswal

Abstract Inspirational

4.0  

Tapan Kumar Biswal

Abstract Inspirational

ରଜ ଓ ମୌସୁମୀ

ରଜ ଓ ମୌସୁମୀ

1 min
12K



ହୋ ଭକତେ ହୋ.....


ଏଥର ଆସିଛି ରଜ

ହେବନାହିଁ ଆଉ ସଜ

ମନ ମାରି କିଆଁ ବସିଛୁ ସଙ୍ଗାତ

କାହିଁ ଗଲା ସଜ ବାଜ ll


ହୋ ଭକତେ ହୋ.....


ପରିସ୍ଥିତି ବଦଳିଲା

ପାଗଟା ବିଗିଡ଼ି ଗଲା

ଠିକଣା ସମୟେ କେମିତି କେଜାଣି

ମୌସୁମୀ ଧାଇଁ ଆସିଲା ll


ହୋ ଭକତେ ହୋ.....


ଭଲ ନାହିଁ ଏବେ ପାଗ

ମୌସୁମୀ ଖୋଗୁଛି ଭାଗ

ସମୟ କହୁଛି ମାଗୁଛୁ କାହିଁକି

ଛଡେଇ ନେ ତୋ ଭାଗ ll


ହୋ ଭକତେ ହୋ.....


କାହାକୁ କହିବି କୁହ

ମନରେ ମୋ କେତେ କୋହ

ରଜ ଦୋଳି ଖେଳ ଫିକା ପଡିଯିବ

ଟିକିଏ ସଦୟ ହୁଅ ll


ହୋ ଭକତେ ହୋ.....


ମୌସୁମୀ ଯେ ବୁଝୁ ନାହିଁ

ଜମାରୁ ସେ ଶୁଣୁ ନାହିଁ

ଏହି ବର୍ଷ ଯଦି ମୁହିଁ ଫେରିଯିବି

ଜମାରୁ ଆସିବି ନାହିଁ ll


ହୋ ଭକତେ ହୋ.....


ଦୋଳି ଖେଳ ଲୋଡ଼ା ନାହିଁ

ଆସନ୍ତା କୁ ଥିବି ଚାହିଁ

ଭିଜାଇ ଦିଅ ହେ ତୁମରି ସ୍ପର୍ଶରେ

ଶସ୍ୟ ଶ୍ୟାମଳ ପାଇଁ ll


ହୋ ଭକତେ ହୋ.....


ତଥାପି ବୁଝନି ମନ

ମୌସୁମୀ ହେ ଦିଅ ଧ୍ୟାନ

ବେଳ କାଳ ଦେଖି ରହିଯିବ ଟିକେ

ଦୋଳିରେ ରହିଛି ମନ ll


Rate this content
Log in

Similar oriya poem from Abstract