ରଜ ମଉଜ
ରଜ ମଉଜ
ରଜ ମଉଜ ରଜ ମଉଜ
ଯଥାଶୀଘ୍ର ଆଜି ସାଙ୍ଗକୁ ଖୋଜ
ଦୋଳିରେ ବସିକି ଗୀତକୁ ଗାଇବା
ଅସିଛି ବର୍ଷକେ ରଜ।୧
ରଜ ମଉଜ ରଜ ମଉଜ
ଗୀତରେ ଗୀତରେ ମଜ୍ଜ
ରାମ କୃଷ୍ଣ ହରି ଯିଏ ରହିଅଛ
ଦୋଳିରେ ବସନ୍ତୁ ଆଜ।୨
କେହି ଯାଅ ନାହିଁ ଭୁଲି
ଖିଲିପାନ ଖାଇ ଉଛନ୍ନ ମନରେ
ଗର୍ବର ସହିତ ବାଲିଧୂଳି ବୋଳି
ହୃଦକୁ ଦେବାରେ ଖୋଲି।୩
ପ୍ରେମରେ ହୋଇବା କାବୁ
ଜଗତ କଲ୍ୟାଣ ପାଇଁ ଆସିଅଛି
ଭାଇଚାରା ହେବ କୃଷି ଭିତ୍ତିକ ଏ
ପର୍ବକୁ ଖଞ୍ଜିଛି ବିଭୁ।୪
ଗୀତରୁ ଝରୁଛି ରସ
କିଏ ଅଛ ସବୁ ଆସି ପିଇଯାଅ
ପୁଅଝିଅ ଆମେ ବାଣ୍ଟୁଅଛୁ ଆଜି
ଦୋଳିମୂଳେ ପିଇବସ।୫
ଗୁଳୁଗୁଳି ଯାଅ ଭୁଲି
କାମନା ହୃଦୟେ ସଞ୍ଚରଣ ସହ
ପ୍ରେମରେ ପ୍ରେମରେ ବାଇ ହୋଇଯିବା
ସମର୍ପଣ ହୃଦ ଖୋଲି।୬
ସଭିଙ୍କୁ ନିଜର କରି
କୋଳାକୋଳି ହେବା ରଜ ତିନିଦିନ
ଶୃଙ୍ଖଳିତ ପାଇଁ ଗାଆଁର ଜୀବନ
ଭବିଷ୍ୟତ ହେଉ ଜାରି।୭
ସଭିଙ୍କୁ ନିଜ ଭାବିବା
ଦୋଳିଗୀତ ଆଉ ଭକ୍ତିର ସହିତ
ବାପା,ଭାଇ ଅବା ସାହି ପଡ଼ିଶାଙ୍କୁ
ମଥାନତ କରୁଥିବା?୮
ରଜ ମଉଜରେ ଆଜି
ଯିଏ ଯେଉଁଠାରେ ରହିଥିଲୁ ପଛେ
ଗାଆଁକୁ ଫେରିଛୁ ଆମେ ପୁଅଝିଅ
ଡାକିଛି ଏ ରଜ ଖୋଜି।୯
ଶୀତଳ ସକାଶେ ଗ୍ରାମ
ପରମ୍ପରା ଆଉ ଧର୍ମକର୍ମ ଅଛି
ରଜ ମଉଜର ସାଂସ୍କୃତିକ କାର୍ଯ୍ୟ
ପ୍ରତିଜ୍ଞା ନୁହେଁରେ ଭ୍ରମ।୧୦
