ରଜ ମଉଜ
ରଜ ମଉଜ
ଆମ୍ବକୁ ପଣସ ହୋଇଲେ ଘଣି,
ରଜ ଆଗମନ ଆଗରୁ ଜାଣି।
ବରଷକେ ଥରେ ଆସଇ ରଜ,
ସଭିଏଁ କରନ୍ତି ରଜ ମଉଜ ।
ଆମ୍ବ ସହ ପୁଣି ପଣସ ମିଠା,
ମନ ମୋହିନିଏ ଆରିଷା ପିଠା।
ରଜ ତିନି ଦିନ ଆରାମ ଦିନ,
ବାରଣ କରନ୍ତି ଭୂମି ଖନନ।
ପିଲାଏ ଖେଳନ୍ତି ବାଗୁଡି ଖେଳ,
ଦୋଳି ଝୁଲିଥାନ୍ତି ହୋଇଣ ମେଳ।
ଆଷାଢ ମାସରେ ପଡଇ ରଜ,
ଧରଣୀରେ କରେ ବରଷା ରାଜ।
ନୀଳ ଆକାଶରେ ବାଦଲ ଭାସେ,
କଳା ବାଦଲରୁ ବରଷା ଖସେ।
ସବୁ ଋତୁ ମଧ୍ୟେ ବରଷା ଶ୍ରେଷ୍ଠ,
ବରଷା ନୋହିଲେ ସବୁ ଅନିଷ୍ଟ ।
