ରଜ ମଉଜ
ରଜ ମଉଜ
ଓଡ଼ିଶାର ଗଣ ପର୍ବ ରଜ ପରବ
ଗାଁରୁ ସହର ସବୁ ଆଡେ ପାଳନ କରାଯାଏ
ପିଲା ରୁ ବୁଢା ସମସ୍ତେ ଖୁସିରେ
ଏହି ରଜ ତିନି ଦିନ କୁ
ମହା ଆନନ୍ଦରେ ଉପଭୋଗ କରନ୍ତି
ଯିଏ ଯେଉଁଠି ନିଜର ପେଟ ପାଇଁ
କାମ କରୁଥିଲେ ବି
ସେ ଏହି ରଜ ଆସିଲେ ନିଜ ନିଜ
ଗରକୁ ଆସନ୍ତି ରଜ ପର୍ବ ପାଳିବା ପାଇଁ।
ରଜରେ ଘରେ ଘରେ ନୂଆ ଜାମା
ଲୁଗା ପଟା ହୋଇଥାଏ
ବିଭିନ୍ନ ପ୍ରକାରର ପିଠା।ଖାଦ୍ୟ।ବ୍ୟଞ୍ଜନ
ସବୁ ପ୍ରସ୍ତୁତ କରା ଯାଏ।
ଆମ୍ବ ତୋତେ ହେଉ ବା
ଯେ କୌଣସି ଗଛ ହେଉ ସବୁଥିରେ
ରଜ ଦୋଳି ଲଗା ଯାଇଥାଏ
ଦୋଳିରେ ସମସ୍ତେ ଝୁଲନ୍ତି
ମିଠା ପାନ ଖାଇ ସାଙ୍ଗ ସାଥି ହୋଇକି।
ଗାଁ ସହର ବଜାର ଦୋକାନ
ସବୁ ଆଡେ ଲୋକଙ୍କର ଭିଡ଼
ହସ ଖୁସି ମଜାରେ ଦିନ ବିତେ
ବନ୍ଧୁ ବାନ୍ଧବ ଯିବା ଆସିବା କରନ୍ତି
ଚାଷୀ ଭାଈ ମାନେ ଚାଷ କାମ
ବନ୍ଦ କରିକି ସବୁ ରଜ ପାଳନ୍ତି।
ମା ବସୁମତୀ ରଜସ୍ୱଳା ହୋଇ
ତିନି ଦିନ ବସନ୍ତି।
ପହିଲି ଆଷାଢ଼ ର ବର୍ଷରେ ଧରଣୀ
ମା ଭିଜି ଭିଜି ଚାଷ ଜମିକୁ
ଉର୍ବର କରେ ଚାଷ ଉପଯୋଗୀ କରେ।
ବିଭିନ୍ନ ପ୍ରକାରର ଖେଳ ଏହି ରଜରେ
ଖେଳା ଯାଏ ଯେମିତି ତାସ୍, ବାଗୁଡି।ପିଠା ପ୍ରତିଯୋଗିତା ଗୀତ ପ୍ରତିଯୋଗିତା
ଏମିତି ଖୁସିରେ ସମସ୍ତେ ରଜ ପାଳନ କରନ୍ତି।
