STORYMIRROR

Sabita Nayak

Action

4  

Sabita Nayak

Action

ରଜ ଲାଗେ ଫିକା ଫିକା

ରଜ ଲାଗେ ଫିକା ଫିକା

1 min
183

ରଜ ଲାଗେ ଫିକା ଫିକା ଲୋ ବଉଳ 

ସଜ ଲାଗେ ଫିକା ଫିକା 

ସଜାଇ କେମିତି ହେବି ମୁଁ କୁହତ 

କରୋନା ଦେଉଛି ସଜା। 


ସମୟ ଚକ୍ରରେ ମୌସୁମୀ ଆସିଛି 

ଧରଣୀ ମା ରଜସ୍ବଳା 

ପହିଲି ରଜର ବରଷାର ବାରି 

ହସିବ ମୋ ବସୁନ୍ଧରା। 


ରଜପିଠା ଖାଇ ପୋଡପିଠା କରି

କେମିତି ଖାଇବି କୁହ 

ଆଖି ଆଗରେ ମୋ କରୋନାର କାଣ୍ଡ 

ସମ୍ଭାଳି ହୁଏନା କୋହ। 


କରୋନାର କାଣ୍ଡ କେତେ ଯେ ଅନାଥ 

ଘର କା'ର ଯାଏ ଭାଙ୍ଗି 

ଜୀବିକା ହରାଇ କେତେ ଲୁହ ଗଡେ 

କେମିତି ଖେଳିବି ଦୋଳି। 


ତାସ୍ ଖେଳିବାକୁ ମନାପରା ସଖୀ 

ହେବାନି ଏକାଠି କେହି 

କଟକଣା ମାନି ପାଳିବା ରଜକୁ 

ମନଦୁଃଖ କରନାହିଁ। 


ଆସ ସାଥି ମିଶି ପାଳିବା ରଜକୁ 

ନିଜ ନିଜ ଘରେ ରହି 

ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବା 

କରୋନା ଯାଉ ଦୂରେଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action