ରିଭା ସୁନ୍ଦରୀ
ରିଭା ସୁନ୍ଦରୀ
ମୁହଁରେ ତୁମର ଖିଲି ଖିଲି ହସ
ଝରି ପଡେ ଝର ଝର ।
ମୁକୁତା ସୁଦନ୍ତି ହସି ଦିଅ ଦେଖି
ପର ହୁଏ ଆପଣାର ।
ଶ୍ବେତପଦ୍ମ ପରି ମୁହଁ ଟି ତୁମର
ମୋ ରିଭା ବିଶ୍ବ ସୁନ୍ଦରୀ ।
ଇଂରାଜୀ ଭାଷାରେ ପ୍ରବୀଣା ଏ ଦିନୁ
କିଏ ହେବେ ନାହିଁ ସରି ।
ଚଞ୍ଚଳ ଶିଶୁସୁଲଭ ଗୁଣବତୀ
କ୍ଷଣକରେ ଦିଅ କିଣି ।
ଦେଖି ଦେଲେ ଦୂରୁ ଆଇ ବୋଲି କହି
ଖୁସିରେ ଆସ ଗୋ ମାଡି ।
ମାମା ପାପା ଆଇ ମାଉସୀଙ୍କ ସହ
ଖୋଜି ନିଅ ସ୍ନେହେ ଅଜା ।
ଭୋକ କଲେ ଅଜା, ଶୋଷ କଲେ ଅଜା
ଆଈ ସଙ୍ଗେ କର ମଜା ।
ଅତି ଅଲିଅଳି ମାଆ ବାପା ଗେହ୍ଲି
ଆମର ରିଭା ସୁନ୍ଦରୀ ।
ଜେଜେ ଙ୍କର ସିଏ ନୟନ ପିତୁଳା
ଜେଜେ ମା ଙ୍କର ପରୀ ।
ଝିଅତ ନଥିଲା ଆମ ଭାଗ୍ୟ ରେ ଲୋ
ଭଗବାନ ଦେଲେ ଦାନ ।
କୋଳେଇ ନିଅନ୍ତି ସରଧାରେ ଆସି
ଜେଜେ ମା ରଙ୍କୁଣୀ ଧନ ।
ମାମା କୁହେ ମୋର ଆଇ କୁହେ ମୋର
ସେ କୁହନ୍ତି ମୁଁ ପାପା ର ।
ହସି ହସି ସିଏ ସଭିଙ୍କୁ ହସାନ୍ତି
କାନ୍ଦରେ ଧନୀ ଅପାର ।
ରାଗି ଗଲେ ସିଏ କାହାରି ତ ନୁହେଁ
ଅଜାକୁ ଗୁହାରି ହୁଏ ।
ଆହେ ମହେଶ୍ୱର ରିଭା ସୁନ୍ଦରୀ ର
କୋଟିଏ ଆୟୁଷ କର ।
ଭଲ ପାଠ ଦିଅ ନିରୋଗ କରାଅ
ଆୟୁଷ ଅଧିକ ଦିଅ ।
ହସି କି ହସାଉ ଖୁସିରେ ସେ ଥାଉ
ଶୁଭ ଆଶିଷ ବର୍ଷାଅ ।
