STORYMIRROR

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ରହୁ ନିଷ୍ଠା ମଙ୍ଗଳମୟ ଚିନ୍ତା

ରହୁ ନିଷ୍ଠା ମଙ୍ଗଳମୟ ଚିନ୍ତା

1 min
340



ବୁଦ୍ଧି ନେଇ ଜନ୍ମ ନେଇଛେ, ଧନ, ଜନ, ରାଜପାଟ 

ପ୍ରାପ୍ତ ହୁଏ କିନ୍ତୁ ମୃତ୍ୟୁର ସମୟ ତ ନିର୍ଦ୍ଧାରିତ

ତେଣୁ ଜୀବନ କାଳରେ, ବୁଦ୍ଧିର ପ୍ରୟୋଗେ, ସର୍ବ 

ହିତକର କାର୍ଯ୍ୟ କେବଳ ଧର୍ମ ସମ୍ମତ |


ସଫଳତା ପାଇବାକୁ ହେଲେ ସବୁବେଳେ ଏକା ହିଁ 

ଦୃଢରେ ଆଗକୁ ବଢିବାକୁ ହୁଏ ମଣିଷକୁ

ଯୋ ଜିତା ସେ ସିକନ୍ଦର ପରି, ଅନ୍ୟମାନେ ଆପେ 

ଆପେ ପଛରେ ଆସନ୍ତି ସଫଳ ଲୋକ ପାଖକୁ | 


ବାଛିବା କର୍ମ ଯଥାର୍ଥ, ସର୍ବେ ଭବନ୍ତୁ ସୁଖିନଃ ଧର୍ମ, 

ଏହାକୁ ମନ ମଧ୍ୟରେ ରଖିବାକୁ ହେବ 

କାମ, କ୍ରୋଧ, ମୋହ, ଲୋଭ, ସ୍ୱାର୍ଥ, ଅହଂକାର ଠାରୁ 

ଯଦି ଦୂରେଇ ପାରିଲ ସାଧୁ ବୋଲାଇ ପାରି

ବ |


ବଡ ବଡ କଥା କୁହାଳିଆ, ବଡ ମଣିଷ ହୋଇଯାଏ 

ନାହିଁ, ପିନ୍ଧିଛି ଯେହେତୁ ସୁନ୍ଦର ପୋଷାକଟିଏ

ସତ୍ୟ, ପ୍ରତିଶୃତି ରଖିବାର ମଣିଷ ଚିରା ପୋଷାକରେ 

ମଧ୍ୟ ସମସ୍ତଙ୍କର ଆପଣାର ହୋଇଥାଏ |


ବଡ ବଡ କଥା କୁହାଳିଆ, ବଡ ମଣିଷ ହୋଇ ଯାଏ 

ନାହିଁ ପିନ୍ଧିଛି ଯେହେତୁ ସୁନ୍ଦର ପୋଷାକଟିଏ

ସତ୍ୟ ପ୍ରତିଶୃତି ରଖିବାର ମଣିଷ ଚିରା ପୋଷାକରେ 

ବି ସମସ୍ତଙ୍କର ଆପଣାର ହୋଇଥାଏ |


ମନରେ ହିଂସା ଦ୍ୱେଷ ଭରିଛ, ନିଜର ନାହିଁ ସଚ୍ଚା ନିଷ୍ଠା

କାର୍ଯ୍ୟରେ, ମଙ୍ଗଳମୟ ଚିନ୍ତା ନଥିଲେ

ପୂଜା ନୂହେଁ ତାହା ଘଣ୍ଟ, ଘଣ୍ଟି, ଶଙ୍ଖ ବଜାଉଛ, ଚନ୍ଦନ 

ତିଳକ କାଟି ମୂର୍ତ୍ତିକୁ ଭଜିଲେ |


Rate this content
Log in

Similar oriya poem from Abstract