STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ରହସ୍ୟ ବେତ୍ତା ଚିନ୍ତାମଣି

ରହସ୍ୟ ବେତ୍ତା ଚିନ୍ତାମଣି

1 min
217

କଳା ମିଟିମିଟି ଏ ଗଭୀର ଭଵ କୂପ ଭିତରେ 

ଯେତେ ଅଣ୍ଡାଳି ହେଲେ ବି ଅସମର୍ଥ 

ଦେଖିବାକୁ ଆଭୀର ଗୋପ୍ୟରୂପ l

ଅପ୍ରାପ୍ତିର ଛୁଞ୍ଚିରେ ନେତ୍ର ଦୁଇକୁ ନିଜେ ଫୋଡି ପକେଇ ଦେଲି ଠାକୁରେ...

କଣ ଆଉ କରି ଥାନ୍ତି ଯେ ??

ପୁରାଣ ପଣ୍ଡାମୁହଁରୁ ତଵ ସୌମ୍ୟ ରୂପ କାନ୍ତିର ଲମ୍ବା ତାଲିକାକୁ ହୃଦୟରେ ଜାବୁଡ଼ି ଧରି ଭୁଲି ଗଲି ବାଟ

 ମାନେ ନାକ ସିଧାବାଇଜି କୋଠୀ 

ତାର ବି ତମ ପରି ଏକା ରୂପ ଅବୟବ

ସେଇ ଆଖି ସେଇ ନାକ

ସେଇ କୁଞ୍ଚିତ ଘନ କେଶ

ସେଇ ରକ୍ତିମା ଓଠ

ସେଇ ମଧୁର ଚାହାଣୀ କାହାଣୀ

ମୁକୁଳି ପାରିଲିନି ଯେତେବେଳେ ଜ୍ଞାତ ହେଲା

 ତୁମେ ଆଉ ଜଣେ ବୋଲି

ହେ ରହସ୍ୟ ବେତ୍ତା..

ଦୁଃଖେ ସିକ୍ତ ମୋ ନେତ୍ର ଯୁଗଳ

ଲୋଡା ତୁମ ସାନ୍ନିଧ୍ୟ କେବଳ

ଇତି ତୁମର ଅନୁଗ୍ରହ ଆଶାରେ ଅଧମ ମୁଁବିଲ୍ଵମଙ୍ଗଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy