ରହିଲେ ଗୋବିନ୍ଦ ସାହୁ
ରହିଲେ ଗୋବିନ୍ଦ ସାହୁ
ମନ୍ଦିରକୁ ନେଇ ଗୋବିନ୍ଦ ସାହୁକୁ
କରିଦିଅ ଆଗ ଭତ୍ତି
ଚଳନ୍ତି ଦେବତା ଥାଉ ଥାଉ କିଆଁ
ପୂଜିବ ପଥର ମୂର୍ତ୍ତି ।
ପୂଜା କରିବାକୁ ବ୍ରାହ୍ମଣ ରୂପରେ
ଦିବ୍ୟଶଙ୍କର କୁ ଡାକି
ନଡ଼ିଆ ବାଡେଇ ପୁଷ୍ପାଞ୍ଜଳି ଦେଇ
ଦୁଇ ହାତ ଦେବା ଟେକି ।
କାହା କଥା ଆମେ ଶୁଣିବାନି ଜମା
ଯିଏ ଯାହା ପଛେ କହୁ
ମଯ୍ୟାଦା ପୁରୁଷ ରାମ ଚନ୍ଦ୍ରପରି
ରହିଲେ ଗୋବିନ୍ଦ ସାହୁ ।।
