ଧର୍ମ
ଧର୍ମ
ପାଞ୍ଚ ଦିନ ପାଇଁ ପଞ୍ଚୁକ ପାଳିଲେ
କିଛି ଲାଭ ନାହିଁ ଏଠି
ନାରୀ ଶରୀରକୁ। କୁକୁର ବିଲୁଆ
ଝୁଣି ଖାଉଛନ୍ତି ସେଠି।
ଧାର୍ମିକ ମାସରେ ଧର୍ମ କରିବାକୁ
ମନୁଷ୍ୟ ଆଇଁଷ ଛାଡ଼ି
କାମନା ଭୋକରେ ଜର୍ଜରିତ ହୋଇ
ମନୁଷ୍ୟକୁ ଦିଏ ପୋଡ଼ି
ଟଙ୍କା ପଇସାର ମିଶ୍ରଣରେ ଏଠି
କରୁଅଛ ଯେଉଁ କର୍ମ
ଥରେ ପଚାରିଲ ନିଜ ବିବେକକୁ
କାହାକୁ କୁହନ୍ତି ଧର୍ମ।