ମୋ ମା
ମୋ ମା
ଜନମ ଦେଇଛୁ ରକତ ଦେଇ ମା,
କୋଳେଇ ଧରିଛୁ ମତେ
ସେନେହ ମମତା ଅଜାଡ଼ି ଦେଇଛୁ,
ମୋ ତୋର କାନି ପାନତେ ।
କୋଳରେ ବସାଇ ମତେ ଦେଖାଇଲୁ,
ସୁଖ ଦୁଃଖ ର ଦୁନିଆକୁ
ତୋ ହାତ ଧରି ବୁଲି ମୁ ଦେଖିଲି,
ହସ ଲୁହର ସଂସାରକୁ ।
ସବୁଠୁ ମଧୁର ଡାକଟି ତୋହର,
ପରଶ ଚନ୍ଦନ ବିନ୍ଦୁ
କାନି ପଣତର ଅସୀମ ମହତ,
ସେନେହ ସପନ ସିନ୍ଧୁ ।