ଶୋଇବି କୋଉଠି କିରେ
ଶୋଇବି କୋଉଠି କିରେ
ଅସନା ଜାଗାରେ ଛିଣ୍ଡା ଲୁଗା ପିନ୍ଧି
ଶୋଇଥିଲା ଜଣେ ନାରୀ
ପାଣି ଟିକେ ଚିଞ୍ଚି ମୁଣ୍ଡ କୁ ଆଉଁସି
ଉଠେଇଲି ହାତ ଧରି ।
ପଚାରିଲି ତାଙ୍କୁ କାହିଁକି ଏମିତି
ଅସନା ଜାଗାରେ ସୁଅ
ଘର ଦ୍ବାର ବନ୍ଧୁ। ବାନ୍ଧବ ତୁମର
ନାହିଁକି ତୁମର ପୁଅ ।
କାନ୍ଦି କାନ୍ଦି ସେହି ଜଗତ ଜନନୀ
କହିଲେ ସେ ମତେ ଧୀରେ
ଜନ୍ମ କଲା ପୁଅ ଘରୁ ତଡି ଦେଲେ
ଶୋଇବି କୋଉଠି କିରେ
