କେମିତି ଗଢିଛି ଦଇବ
କେମିତି ଗଢିଛି ଦଇବ
କବିତା ଲେଖିବା ଛାଡ଼ି ଦେବି ବନ୍ଧୁ
ଜ୍ଞାନ ଥାଉ ପଛେ
ସମ୍ଭାଳି ପାରୁନି ପ୍ରତ୍ୟକ ମୁହୂର୍ତ୍ତ
ସୁଖ ଦୁଃଖ ମିଶା ସଂସାରେ ।
ତୁମେ ମାନେ ସବୁ ପଢ଼ିକି ସାହାଯ୍ୟ
କରୁ ନାହିଁ ବୋଲି ଏଥର
ଭାବୁଛି ସନ୍ୟାସୀ ହୋଇ ଯିବି ଆଉ
ଯିବିନି ଜମାରୁ ମନ୍ଦିର ।
ପଥର ମୂର୍ତ୍ତିକୁ ନୀତି ପୂଜା କରେ
ଅନ୍ଧ ହୋଇ ଏଠି ମାନବ
ଆତ୍ମା କନ୍ଦୁଅଛି। ଡହଳ ବିକଳେ
କେମିତି ଗଢିଛି ଦଇବ ।