STORYMIRROR

Kabiratna Nutan Kumar Behera

Tragedy Thriller

3  

Kabiratna Nutan Kumar Behera

Tragedy Thriller

ରହିଗଲା ସ୍ବପ୍ନ ପାହିଲା ରାତି

ରହିଗଲା ସ୍ବପ୍ନ ପାହିଲା ରାତି

1 min
165

ହାତ ଧରି ମୋର ନେଇଯିବ ବୋଲି

ଜୀବନ ସାଥୀ ରୂପେ କରି ରାଜରାଣୀ

କଥାରେ କଥାରେ ମୋତେ ବହୁଥର

କହିଛ ମୁଣ୍ଡରେ ରଖି ହାତ ପକାଇ ରାଣ 

ହୁଏତ ତୁମର ସେ ସବୁ ମନେ ନଥିବ

ଅବା ଜାଣି ଶୁଣି ମନେ ପକାଉ ନଥିବ

ପ୍ରତିଶ୍ରୁତି ଦେବାଟା ବୋଧହୁଏ ତୁମର

ଥିଲା ଏକ ମିଛ ନାଟକର ସଂଳାପ

ଅଭିନୟ କରିବାକୁ କରୁଥିଲ ଅଭ୍ୟାସ

ସତରେ ତୁମେ ଜଣେ ଦକ୍ଷ କଳାକାର

ଅଭିନୟ କରିପାର ଚମକପ୍ରଦ ଜୀବନ୍ତ

ସଂଳାପ ଶୈଳୀ ତୁମର ବାସ୍ତବ ନିଖୁଣ

ମନ୍ତ୍ରମୁଗ୍ଧ କରିପାର ରଙ୍ଗମଞ୍ଚରେ

ଦର୍ଶକମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ

ଏ ଅଭିନୟର ଅନ୍ତରାଳେ ଥିଲା

ତୁମର ଏକ ପ୍ରବଞ୍ଚନାର ବିଭତ୍ସ ରୂପ

ଜାଣିବାକୁ ଟିକିଏ ଦେଇ ନ ଥିଲ ସୁଯୋଗ

କୁହୁଡି଼କୁ ସମୁଦ୍ର କହି ଦେଖାଉଥିଲ 

ମୋ ଆଖିରେ ସପନର ଅସରନ୍ତି ତରଙ୍ଗ

ମରୀଚିକାକୁ ମୁଁ ବାସ୍ତବ ଜୀବନ ଭାବି

ତୁମ ଭଲ ପାଇବାକୁ କଲିଥିଲି ଅଙ୍ଗୀକାର

ତୁମର ସେ ସରଳପଣରେ ଗରଳ ଅଛି

ଭାବି ନ ଥିଲି ମୁଁ କେବେ ମନ କରି ଛୋଟ

ଓଃ କି ମନ ଭୁଲାଣିଆଁ କଥା ତୁମର

ଶୁଣିଲେ ଶବଟା ବି ଫେରି ପାଇବ ତା ପ୍ରାଣ

ପଥରଟା ବି ତରଳି ହୋଇଯିବ ପାଣି

କଣ ସେ ମନେ ପଡୁଛି

ଭଲ ପାଏଁ ତୁମକୁ ହୃଦୟ ଦେଇ

ତୁମ ବିନା ମୋ ଜୀବନ ଅଧୁରା

ଛାତିରେ ଲେଖିଛି ନା ତୋର

ମୋ ଜୀବନର ଜୀବନ ତୁ

ଏମିତି ହଜାରେ ପ୍ରକାର ଗୀତର ମୁଖୁଡା

ଉପନ୍ୟାସର ଭାଷା ବିନ୍ୟାସ ଶବ୍ଦ ଆମ୍ବଡର

ନାଟକ ଚ଼ଳଚିତ୍ରର ରୋମାଞ୍ଚକର ସଂଳାପ

ସବୁକୁ ଭୁଲ୍ ପ୍ରମାଣ କରି ଚାଲିଗଲ ଠକି ଦେଇ

କି ସୁନ୍ଦର ଭାବରେ ଦେଲ ପ୍ରତାରଣା

ବାଃ ବାଃ ତୁମର ଛଳନାର ମିଛ ନାଟକ

କେଉଁ ଭାଷାରେ ତୁମକୁ କରିବି ନିନ୍ଦା 

କେଉଁ ହୃଦୟରେ କରିବି ଘୃଣା 

ଭାବିଲା ବେଳକୁ ଲାଗୁଛି ମୋତେ ସଂକୋଚ

ମୋ ଅନ୍ତରାତ୍ମା ଦେଉଛି ବାରମ୍ବାର ବାଧା

ଠକ ପ୍ରବଞ୍ଚକକୁ ନିନ୍ଦିଲେ କଟୁ ଭାଷାରେ

ହାନି ହେବ ନିଜର ଆତ୍ମମର୍ଯ୍ୟାଦା ସମ୍ମାନ

ତୁମ ପାଇଁ ଦେଖିଥିଲି ଯେତେ ସ୍ବପ୍ନ

ପୂରଣ କରିବାରେ ନାହିଁ ତ ତିଳେ ସମ୍ଭାବନା

ରହିଗଲା ସ୍ବପ୍ନ ପାହିଲା ରାତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy